Sat. Mar 7th, 2026

ଏହି ଦୁଇଟି ସାଧାରଣ ବ୍ୟାୟାମ ଜରିଆରେ ଆଖି ତେଜିୟାନ୍‌ ରଖନ୍ତୁ

507 Views

ଆଖି ଜରିଆରେ ଆମେ ପ୍ରତ୍ୟେକ ଜିନିଷ ଦେଖିଥାଉ ଏବଂ ସବୁ କାମ କରିବାରେ ଏହାର ଭୂମିକା ସବୁଠୁ ବେଶୀ ଗୁରୁତ୍ୱପୂର୍ଣ୍ଣ। ଏଣୁ ସମସ୍ତେ ଆଖିର ଯତ୍ନ ନେବାରେ ତତ୍ପର ହେବା ଆବଶ୍ୟକ,ଏକଥାକୁ କେହି ଅସ୍ୱୀକାର କରି ପାରିବେ ନାହିଁ। ଦିନରାତି ଯଦି ଆପଣ କଂପ୍ୟୁଟର୍‌ , ମୋବାଇଲ୍‌ ଓ ଟେଲିଭିଜନ୍‌ରେ ବ୍ୟସ୍ତ ରହନ୍ତି, ତେବେ ଜାଣନ୍ତୁ ଏହାର କୁପ୍ରଭାବ ଆପଣଙ୍କ ଆଖି ଉପରେ ନିଶ୍ଚିତ ରୂପେ ପଡ଼ିବ । ସଂପ୍ରତି ବାୟୁ ପ୍ରଦୂଷଣ ହେତୁ ବି ଆଖିରେ ଧୂଳିକଣା, ବିଷାକ୍ତ ଧୂଆଁ ପ୍ରବେଶ କରି ଆଖିକୁ ଦୁର୍ବଳ କରିଛି । ଏହା ଦୃଷ୍ଟି ଶକ୍ତିକୁ ବି ଦୁର୍ବଳ କରିଥାଏ । ଯଦି ଚାହୁଁଛନ୍ତି ଆପଣଙ୍କର ଦୃଷ୍ଟି ଶକ୍ତି ତେଜିୟାନ୍‌ ରହୁ, ତେବେ ଆପଣ ନିମ୍ନୋକ୍ତ ଦୁଇଟି ବ୍ୟାୟ କରନ୍ତୁ ।

ଯଦି ଆପଣ ଅନେକ ସମୟ ଧରି କମ୍ପ୍ୟୁଟର ଆଗରେ ବସି କାମ କରୁଛନ୍ତି ବା ଟିଭି ଦେଖୁଛନ୍ତି, ତେବେ ମଝିରେ ମଝିରେ ଆଖି ମିଟି ମିଟି କରନ୍ତୁ । ଏହା ଫଳରେ ଆଖି ଉତ୍ତେଜନା ମୁକ୍ତ ରହିଥାଏ ଓ ଆଖି ଉପରେ ଚାପ ପଡି ନଥାଏ ।

ଆଖିର ଉତ୍ତମ ଦୃଷ୍ଟି ଶକ୍ତି ପାଇଁ ପ୍ରତିଦିନ ଆଖିର ବ୍ୟାୟାମ କରିବା ଉଚିତ । ଉଭୟ ହାତର ପାପୁଲିକୁ ରଗଡ଼ନ୍ତୁ, ଏହା ଉଷୁମୁ ହେବା ପରେ ହାଲୁକା ଭାବେ ଆଖି ଉପରେ ରଖନ୍ତୁ । ଏହା ଆଖିର କଷ୍ଟକୁ ଦୂର କରିଥାଏ । ତା’ଛଡ଼ା ମଝିରେ ମଝିରେ ଆଖିରେ ପାଣି ଛାଟିବା ବି ଉଚିତ୍‌ ।

By amfnews

Related Post