Sat. Apr 19th, 2025

ଏହି ଦୁଇଟି ଓଡ଼ିଆ ଗୀତ ପାଇଁ ପୁଣି ଓଲିଉଡରେ ଚର୍ଚ୍ଚାରେ ଅଛନ୍ତି ବଲିଉଡ କଣ୍ଠଶିଳ୍ପୀ ଶାନ୍

By amfnews Dec 24, 2019 #Featured
237 Views

ଭୁବନେଶ୍ବର: ବଲିଉଡ କଣ୍ଠଶିଳ୍ପୀ ଶାନ୍ ଏବେ ପୁଣି ଓଲିଉଡରେ ଚର୍ଚ୍ଚାରେ ଅଛନ୍ତି। ବେଶ କିଛି ବର୍ଷପରେ ରିଲିଜ୍ ପୂର୍ବରୁ ତାଙ୍କର ଦୁଇଟି ଓଡ଼ିଆ ସିନେମା ଗୀତ ହିଟ୍ ହୋଇଗଲାଣି।


ତାପସ ସରଘରିଆଙ୍କ ନିର୍ଦ୍ଦେଶିତ, ମୁକ୍ତି ପ୍ରତୀକ୍ଷିତ ଓଡ଼ିଆ ସିନେମା ‘ବାବୁ ଭାଇଜାନ୍’ରେ ଶାନ୍ ଗାଇଥିବା ଗୀତଟି ଫିଲ୍ମ ରିଲିଜ୍ ହେବା ଆଗରୁ ସୁପରହିଟ୍ ହୋଇସାରିଛି। ଏହି ଗୀତଟି ହେଲା ‘ତୁ ହେଇଯା ମୋ’ପାଇଁ ଦଲ୍ଲୀକି ଗଲି… ତୁ ବନିଯା ମୋ’ପାଇଁ ଦଲ୍ଲୀକା ପାନି….’। ଏଥିରେ ଶାନଙ୍କ ସହ ଲୋକପ୍ରିୟ ଓଡ଼ିଆ ଗାୟିକା ଈରା ମହାନ୍ତି କଣ୍ଠଦାନ କରିଛନ୍ତି। ଏହାର ସଙ୍ଗୀତକାର ହେଲେ ମେଲୋଡି ମେକର୍ ମଳୟ ମିଶ୍ର। ଅରୁଣ ମନ୍ତ୍ରୀ ଏହି ଗୀତଟି ଲେଖିଛନ୍ତି।

ଠିକ୍ ସେହିପରି କେ ମୁରଲୀକ୍ରୀଷ୍ଣାଙ୍କ ନିର୍ଦ୍ଦେଶିତ ମୁକ୍ତି ପ୍ରତୀକ୍ଷିତ ଓଡ଼ିଆ ସିନେମା ‘ମୁଁ ପରଦେଶୀ ଚଢ଼େଇ’ରେ ଶାନ୍ ଗାଇଥିବା ଏକ ଗୀତ ଏବେ କିଛି କମ୍ ଚର୍ଚ୍ଚାରେ ନାହିଁ। ଏହା ହେଲା ‘ଥିଲି ଯେବେ ଏକା ହେଲୁ କାହିଁକି ଦେଖା….’। ଏଥିରେ ଶାନଙ୍କ ସହ ଓଲିଉଡର ଲୋକପ୍ରିୟ ଗାୟିକା ଅସୀମା ପଣ୍ଡା କଣ୍ଠଦାନ କରିଛନ୍ତି। ଏହାର ସଙ୍ଗୀତକାର ହେଲେ ଅସଦ୍ ନିଜାମ୍। ତପୁ ନାୟକ ଏହି ଗୀତର ଗୀତିକାର । ଏହି ଦୁଇଟି ଗୀତ ଫିଲ୍ମକୁ ହିଟ୍ କରିବାରେ କେତେ ସକ୍ଷମ ହେଉଛି ତାହା ଆଗାମୀ ବର୍ଷ ଜଣାପଡ଼ିବ।

By amfnews

Related Post