Sun. Nov 24th, 2024

ଏହି ଗଣେଶ ମନ୍ଦିରରେ ପୂରଣ ହୁଏ ପ୍ରେମୀ ଯୁଗଳଙ୍କ ମନୋସ୍କାମନା

By amfnews Sep 4, 2019 #Featured
155 Views

ଯୋଧପୁର: ମହାବିନାୟକ ଶ୍ରୀ ଗଣେଶ ତ ବିଭିନ୍ନ ରୂପରେ ପୂଜା ପାଇଥାନ୍ତି, ତେଣୁ ଭିନ୍ନ ଭିନ୍ନ ନାମରେ ଗଣେଶଙ୍କୁ ମଧ୍ୟ ଡକାଯାଇଥାଏ | କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଗଣେଶଙ୍କ ବିଷୟରେ କହିବୁ ଯାହାଙ୍କୁ ପ୍ରେମୀ ଗଣେଶ ବା ଇସକିୟା ଗଣେଶ ଭାବରେ ଡକାଯାଇଥାଏ | ରାଜସ୍ଥାନ ଯୋଧପୁର ସହରରେ ଏଭଳି ଏକ ଗଣେଶଙ୍କ ମନ୍ଦିର ରହିଛି ଯେଉଁଠି ବିଶ୍ୱାସ ରହିଛି ଯେ ଏଠାକୁ ଆସୁଥିବା ପ୍ରେମୀ ଯୁଗଳଙ୍କ ସମସ୍ତ ମନୋସ୍କାମନା ସଫଳ ହୋଇଯାଇଥାଏ |

ନିଜର ପ୍ରେମ ସମ୍ପର୍କକୁ ନେଇ ଯେ କୌଣସି ପ୍ରକାର ସମସ୍ୟା ଥିଲେ ବି ଗଣେଶ ସେ ସବୁର ସମାଧାନ କରିଦିଅନ୍ତି ବୋଲି ପ୍ରେମୀ ଯୁଗଳ ବିଶ୍ୱାସ କରିଥାନ୍ତି | ଏଥିପାଇଁ ଏହି ମନ୍ଦିରରେ ପ୍ରେମିକ-ପ୍ରେମିକା ଏକତ୍ର ଆସୁଥିବାର ଦେଖିବାକୁ ମିଳିଥାଏ |

ଏହି ମନ୍ଦିରଟି ୧୦୦ ବର୍ଷ ପୁରୁଣା ହୋଇଥିବାବେଳେ ବିଶ୍ୱାସ ରହିଥାଏ ଯେ ଲଗାତାର ପ୍ରେମୀ ଯୁଗଳ ଏହି ମନ୍ଦିରକୁ ଆସିବା ଦ୍ୱାରା ସେମାନଙ୍କ ମଧ୍ୟରେ କୌଣସି ବିବାଦ ନ ଘଟି ସୁରୁଖୁରୁରେ ବିବାହ ମଧ୍ୟ ହୋଇଯାଇଥାଏ | ଏହି ଲୋକକଥାକୁ ଆଧାର କରି ବହୁ ସଂଖ୍ୟାରେ ପ୍ରେମୀ ଯୁଗଳ ଆସୁଥିବାରୁ ଏହି ଗଣେଶଙ୍କୁ ଏବେ ସମସ୍ତେ ପ୍ରେମୀ ଗଣେଶ ବୋଲି ଡାକିଥାନ୍ତି |

By amfnews

Related Post