293 Views

ଦିଆ ଟୁଇଟରରେ ଅକ୍ଷୟଙ୍କ ଟୁଇଟ୍ର ରି-ଟୁଇଟ କରି ପ୍ରଶ୍ନ କରିଥିଲେ, ‘ଅକ୍ଷୟ କୁମାର କ’ଣ ଏହି କଥାର କିଛି କାରଣ ରହିଛି, ମିଟିଂରେ ଜଣେ ହେଲେ ବି ମହିଳା ନାହାନ୍ତି।’ ଦିଆଙ୍କ ଏଭଳି ପ୍ରଶ୍ନ ପରେ ଲୋକମାନେ ବି ପ୍ରଶ୍ନ କରିବା ଆରମ୍ଭ କରି ଦେଇଥିଲେ। ଯାହା ପରେ ଏହି ବୈଠକ ବିବାଦ ଘେରକୁ ଚାଲି ଆସିଛି। କିଛି ଲୋକ ଦିଆଙ୍କ ଏଭଳି ପ୍ରଶ୍ନକୁ ପ୍ରଶଂସା କରିଛନ୍ତି ତ ଆଉ କେହି ପ୍ରତ୍ୟେକ ସ୍ଥାନରେ ମହିଳା ନିଜକୁ ସମାନ ଭାବିବ ଠିକ୍ ନୁହେଁ ବୋଲି ଦିଆଙ୍କୁ କହିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ସହିତ ସାକ୍ଷାତ ସମୟରେ ସିନେ ନିର୍ମାତା ରିତେଶ ସିଧବାନୀ, କରଣ ଜୋହର, ସିନେ ନିର୍ମାତା ଗିଲ୍ଡର ଅଧ୍ୟକ୍ଷ ସିଦ୍ଧାର୍ଥ ରାଏ କୁପର, ରାକେଶ ରୋଶନ୍, ରାଣି ସ୍କ୍ରୁଓ୍ଵାଲା ପ୍ରମୁଖ ସାମିଲ ଥିଲେ।