Sun. Mar 8th, 2026

ଏହି ଓଡ଼ିଆ ଫିଲ୍ମରେ ଅଭିନୟ କରିଥିଲେ ଅମିତାଭ ବଚ୍ଚନ

170 Views

ଭୁବନେଶ୍ୱର  : ଆଜି ୭୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ବଲିଉଡ ବିଗ ବି ଅମିତାଭ ବଚ୍ଚନ | ବଲିଉଡ଼୍‌ର ଆଙ୍ଗ୍ରି ୟଙ୍ଗମ୍ୟାନ୍‌, ଶେହନ୍‌ଶାହା, ବିଗ୍‌ ବି, ଷ୍ଟାର୍‌ ଅଫ୍‌ ଦି ମିଲେନିୟମ୍‌ ଆଦି ଅନେକ ନାମରେ ସେ ବେଶ ପରିଚିତ। ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମେତ ଦାଦା ସାହେବ୍‌ ଫାଲ୍‌କେ ପୁରସ୍କାର ପାଇଁ ତାଙ୍କ ନାମ ମନୋନୀତ ହୋଇଛି। ତେବେ ଆପଣ ଜାଣିଛନ୍ତି କି ଅମିତାଭ ଓଡ଼ିଆ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ | ଅମିତାଭ ସତୁରି ଦଶକରେ ଓଡ଼ିଆ ଚଳଚ୍ଚିତ୍ର ‘ମୁକ୍ତା’ରେ ଅତିଥି କଳାକାର ଭାବେ ଅଭିନୟ କରିଥିଲେ |

ଏହି ଫିଲ୍ମରେ ଶରତ ପୂଜାରୀ ମୁଖ୍ୟ କଳାକାର ଭାବେ ଅଭିନୟ କରିଥିଲେ | କିନ୍ତୁ ଫିଲ୍ମଟି କୌଣସି କାରଣ ଯୋଗୁଁ ମୁକ୍ତିଲାଭ କରିପାରିନଥିଲା | ଏଠାରେ ସୂଚନା ଥାଉ କି ଅମିତାଭଙ୍କର ଦେଶ ବିଦେଶରେ କୋଟି କୋଟି ପ୍ରଶଂସକ ରହିଛନ୍ତି ।

୧୯୦ ଚଳଚ୍ଚିତ୍ର, ୧୧ ଫିଲ୍ମଫେୟାର ପୁରସ୍କାର, ୪ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସେ ପାଇଛନ୍ତି । ପଦ୍ମଶ୍ରୀ, ପଦ୍ମବିଭୂଷଣ ଓ ପଦ୍ମଭୂଷଣ ଭଳି ରାଷ୍ଟ୍ରୀୟ ସମ୍ମାନରେ ବିଭୂଷିତ ଅନନ୍ୟ ଅଭିନେତା ଅମିତାଭ ବଚ୍ଚନ। ୧୯୪୨ ମସିହା ଆଜିର ଦିନରେ ସେ ଜନ୍ମଗ୍ରହଣ କରିଥିଲେ।

By amfnews

Related Post