147 Views
ରାଉରକେଲା, ୨୬ା୧୨ : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ରାଉରକେଲା ଜିଲ୍ଲା କଂଗ୍ରେସ କମିଟି (ଡିସିସି) ପାଇଁ ଏସ୍.ବି. ପଣ୍ଡିତଙ୍କୁ ସମ୍ପାଦକ ଭାବେ ଚୟନ କରାଯାଇଛି । ନୂତନ ଦାୟିତ୍ୱ ପାଇବା ପରେ ଶ୍ରୀ ପଣ୍ଡିତ ରାଉରକେଲାରେ କଂଗ୍ରେସ ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବାକୁ ପ୍ରୟାସ କରିବେ ବୋଲି ମତବ୍ୟକ୍ତ କରିଛନ୍ତି । ଜିଲ୍ଲା କଂଗ୍ରେସର ସମସ୍ତ କର୍ମକର୍ତ୍ତା ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।