ରାଉରକେଲା, ୨୨ା୯ : ସାରା ଭାରତ ବର୍ଷରେ ଏସ୍ଡବ୍ଲ୍ୟୁଏଫ୍ଆଇ ଡାକରାରେ ସେଲ୍ର ସମସ୍ତ ପ୍ଲାଣ୍ଟ, ଖଣିଖାଦାନରେ ଏନ୍ଜେସିଏସ୍ ମାଧ୍ୟମରେ ତୁରନ୍ତ ବୋନସ /ଏକ୍ସଗ୍ରାସିଆ ପୂଜା ପୂର୍ବରୁ ପ୍ରଦାନ ଓ ଠିକା ଶ୍ରମିକଙ୍କୁ ୨୦% ବୋନସ ପ୍ରଦାନ ପାଇଁ ବିକ୍ଷୋଭ କରାଯାଇଛି । ରାଉରକେଲାର ପାୱାର ଗେଟ୍ ଠାରେ ଏସ୍ଇଟିୟୁ ସାଧାରଣ ସମ୍ପାଦକ ବସନ୍ତ ନାୟକ ଓ ଆର୍ସିଡବ୍ଲ୍ୟୁୟୁର ସାଧାରଣ ସମ୍ପାଦକ ବିମାନ ମାଇତିଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଗତ ୧୭ ତାରିଖ ଦିନ ସିଆଇଟିୟୁ ସାଧାରଣ ସମ୍ପାଦକ ତପନ ସେନ, ଏସ୍ଡବ୍ଲ୍ୟୁଏଫ୍ଆଇ ସାଧାରଣ ସମ୍ପାଦକ ପି.କେ. ଦାସ, ସେଲ୍ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ଏନ୍ଜେସିଏସ୍ ଡାକିବା, ସେଲ୍ ପେନ୍ସନ କାର୍ଯ୍ୟକାରୀ କରିବା ତଥା ପୂଜା ପୂର୍ବରୁ ବୋନସ୍ ଦେବା ପାଇଁ ଦାବି କରିଥିଲେ । ଏହା ମଧ୍ୟରେ କୋଇଲା ତଥା ଅନ୍ୟାନ୍ୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ବୋନସ୍/ଏକ୍ସଗ୍ରାସିଆ ପାଇଁ ବୈଠକ କରାଯାଇଥିବା ବେଳେ ସେଲ୍ରେ ଡକାଯାଇ ନାହିଁ । ତେଣୁ ସାରା ଭାରତ ବର୍ଷରେ ଏନ୍ଜେସିଏସ୍ ତୁରନ୍ତ ଡାକିବା ପାଇଁ ଦାବି କରାଯାଇଛି ।
ଆଜିର ବିକ୍ଷୋଭରେ ଶ୍ରୀମନ୍ତ ବେହେରାଙ୍କ ଅଧ୍ୟକ୍ଷତାରେ ସୁରେନ୍ଦ୍ର ମହାନ୍ତି, ରତ୍ନାକର ନାୟକ, ଅଶୋକ ମିଶ୍ର, ଏନ୍.ଏନ୍. ପାଣିଗ୍ରାହୀ, କିଶୋର ତନ୍ତୀ, ଦିବାକର ମହାରଣା, ସଞ୍ଜୟ ନାୟକ, ପ୍ରଦୀପ ସେଠୀ, ପି.ସି. ପ୍ରଧାନ, ଏନ୍.ସି. ପାତ୍ର, ଅଜୟ ଶର୍ମା, ଯଜେ୍ଞଶ୍ୱର ସାନୁ, ସଂଗ୍ରାମ ସାମଲ ପ୍ରମୁଖ ବକ୍ତବ୍ୟ ଦେଇ ପୂଜା ନିକଟତର ହେବା ସତ୍ତେ୍ୱ ସେଲ୍ କର୍ତ୍ତୃପକ୍ଷ ଏ ପର୍ଯ୍ୟନ୍ତ ଏନ୍ଜେସିଏସ୍ ଡାକୁ ନାହିଁ । ପେନ୍ସନ ଫଇସଲା କରୁନାହାନ୍ତି । ବୋନସ ମିଟିଂ ମଧ୍ୟ ଡାକୁ ନାହିଁ । ଶେଷରେ ଡାକି ଯତ୍କିଞ୍ôଚତ୍ ଦେବା ଚକ୍ରାନ୍ତକୁ ତୀବ୍ର ବିରୋଧ କରାଯାଇଥିଲା । ରାଉରକେଲାର ସ୍ୱୀକୃତିପ୍ରାପ୍ତ ୟୁନିୟନ ବିଏମ୍ଏସ୍ କଥା କଥାକେ ନାଲ୍କୋ, ଏନ୍ଟିପିସିର ବୋନସ କଥା କରୁଥିଲା । ମନ୍ତ୍ରୀ, ସରକାର ତାଙ୍କର ବୋଲି ମଧ୍ୟ କହୁଥିଲା ।
ଏବେ ମ୍ୟାନେଜମେଣ୍ଟ ଓ ସରକାରଙ୍କ ନୀତିକୁ ସମର୍ଥନ କରି ଚୁପ୍ ରହିବାକୁ ତୀବ୍ର ନିନ୍ଦା କରାଯାଇଛି । ପ୍ଲାଣ୍ଟର କ୍ଷତି ପାଇଁ ସରକାର ଓ ମ୍ୟାନେଜମେଣ୍ଟର ଭୁଲ୍ ନୀତି ଯୋଗୁ କ୍ଷତି ଆଳରେ ନୂତନ ମଜୁରୀ ଚୁକ୍ତିନାମା ଓ ପେନ୍ସନ ଦିଆଯାଉନାହିଁ । ଅପରନ୍ତୁ ପୂଜା ପାଇଁ ଏକ୍ସଗ୍ରାସିଆ ନ ଡକାଇବା ଶ୍ରମିକଙ୍କୁ ଧୈର୍ଯ୍ୟହରା କରୁଛି । ଉତ୍ପାଦନ ଓ ଉତ୍ପାଦକତା ଆଧାରରେ ବ୍ୟାପକ ଶ୍ରମିକ ସଂଖ୍ୟା ହ୍ରାସ ସତ୍ତେ୍ୱ ଉତ୍ପାଦନ ବ୍ୟାପକ ହେଉଛି । ରେକର୍ଡ ଉତ୍ପାଦନ ସହ ଆଜି ସେଲ୍ ବିଶେଷ କରି ଆର୍ଏସ୍ପି ଲାଭାର୍ଜନ କରୁଛି । ତେଣୁ ତୁରନ୍ତ ଏନ୍ଜେସିଏସ୍ ବୈଠକ ଡକାଇ ପୂର୍ବର ବୋନସ ସମ୍ମାନଜନକ ଭାବେ ଦେବା ସହ ଉତ୍ପାଦନ ଭାଗିଦାରୀ ଆପ୍ରେଣ୍ଟିସ୍ମାନଙ୍କୁ ମଧ୍ୟ ବୋନସ୍ ଦିଆଯାଉ । ଉତ୍ପାଦନର ସହଭାଗିତାରେ ଠିକା ଶ୍ରମିକମାନଙ୍କୁ ୨୦% ବୋନସ ସହ ଏକ୍ସଗ୍ରାସିଆ ପ୍ରଦାନ କରିବାକୁ ଦାବି ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ବର୍ତ୍ତମାନ ସ୍ଥିତି ଅନୁଧ୍ୟାନ କରି ଏନ୍ଜେସିଏସ୍ ସହ ବକେୟା ଦାବି ଓ ପୂଜା ପୂର୍ବରୁ ସଠିକ୍ ବୋନସ୍ ପ୍ରଦାନ କରାନଗଲେ ଇସ୍ପାତ ଶିଳ୍ପରେ ଉତ୍ପାଦନ ତଥା ଶ୍ରମିକ ଅଶାନ୍ତି ଦେଖାଦେବ । ଆଜିର ବିକ୍ଷୋଭରେ ଜେ.କେ. ସାହୁ, ଶିବରାମ ବେହେରା, କୁଳମଣି ରାଉତ, ବିଶ୍ୱଜିତ ମାଝି, ପ୍ରଭାତ ମହାନ୍ତି, ଏସ୍.କେ. ବାରିକ, ବିଦ୍ୟୁତ୍ ପାତ୍ର, କେ.ସି. ଦାସ, କୁଳମଣି ରାଉତ, ଏସ୍.ସି. ରାଉତ, ପୀତାମ୍ବର ବେହେରା, କେ.ଏନ୍. ମହାନ୍ତି, ସଚ୍ଚିନ ରାୟ, ପର୍ଶୁରାମ ଜେନା, ଅଶୋକ ମଲ୍ଲିକ ପ୍ରମୁଖ ସାମିଲ୍ ଥିଲେ ।