ରାଉରକେଲା, ୨୩/୬: ଆଜି ପୂର୍ବାହ୍ନ ୮ଟା ବେଳେ ଏସ୍ଏମ୍ଏସ୍-୨ର ବିଓଏଫ୍ ମେକାନିକାଲ ବିଭାଗର ଯୁବଶ୍ରମିକ ଆଲୋକ ଲାକ୍ରା ଜେନେରାଲ ସିଫ୍ଟ ଆସୁଥିବା ବେଳେ ଟିସିଆଇ ଛକଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଅକାଳ ମୃତ୍ୟୁବରଣ କରିଥିଲେ । କଲୁଙ୍ଗା ସ୍ଥିତ ମାମୁଁ ଘରୁ ଆଜି ସକାଳେ ଡ୍ୟୁଟି ଆସୁଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଥିଲା ।
ଖବର ପାଇ ସାଧାରଣ ସମ୍ପାଦକ ବସନ୍ତ ନାୟକ, ସୁରେନ୍ଦ୍ର ମହାନ୍ତି, ପୀତାମ୍ବର ବେହେରା, ପି.ସି. ପ୍ରଧାନ, ଜୀବନ ବାରିହା, ଜେ.କେ. ସାହୁ, ଅଶୋକ ମଲିକ, ଦିଲୀପ ପାଢୀ ଆର୍ଜିଏଚ୍ରେ ପହଞ୍ôଚବା ସହ ପାନପୋଷ ସ୍ଥିତ ପୋଷ୍ଟମର୍ଟମରେ ଯୋଗ ଦେଇଥିଲେ । ଏହି ମୃତ୍ୟୁରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ନିଃସ୍ୱ ଓ ମର୍ମାହତ । ତେଣୁ ନିୟମ ଅନୁଯାୟୀ ସମସ୍ତ ଉପଯୁକ୍ତ କ୍ଷତିପୂରଣ ଦେବା ପାଇଁ ସିଆଇଟିୟୁ ଦାବି କରିଛି । ପୋଷ୍ଟମର୍ଟମ ପରେ ପୈତୃକ ଘର ଗରପୋଷକୁ ତାଙ୍କ ମରଶରୀରର ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ପଠାଯାଇଛି ।
ସିଆଇଟିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି ସ୍ୱର୍ଗତ ଲାକ୍ରାଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି । ଆର୍ଏସ୍ପି ଶ୍ରମିକ ସଂଖ୍ୟା ହ୍ରାସ ବେଳେ ଡିପ୍ଲୋମାଧାରୀ ଦକ୍ଷ ଯୁବଶ୍ରମିକଙ୍କୁ ହରାଇବା କାରଖାନା ପାଇଁ ତଥା ସମାଜ ଓ ପରିବାରବର୍ଗଙ୍କ ପାଇଁ କ୍ଷତିକାରକ । ରାସ୍ତା ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ସରକାରୀ ସ୍ତର ତଥା ସାମାଜିକ ସ୍ତରରେ ବ୍ୟାପକ ଯୋଜନା କରିବାର ଆବଶ୍ୟକତା ରହିଛି । ବିଶେଷ କରି ପାନପୋଷ ଠାରୁ ସୁନ୍ଦରଗଡ ମଧ୍ୟରେ ବହୁ ଦୁର୍ଘଟଣା ଘଟି ଧନଜୀବନ ହାନୀ ଘଟୁଛି । ତେଣୁ ପ୍ରଶାସନ ଏ ଉପରେ ଧ୍ୟାନ ଦେବା ପାଇଁ ଅନୁରୋଧ କରାଯାଇଛି ।