Wed. Dec 25th, 2024

ଏସି-୩ ଟାୟାର ଟ୍ରେନରେ ମହିଳାଙ୍କ ପାଇଁ ଆହୁରି ୬ଟି ବଗି ରହିବ ସଂରକ୍ଷିତ

By amfnews Dec 5, 2018 #Featured
242 Views

ନୂଆଦିଲ୍ଲୀ, ଡିସେମ୍ବର ୦୫ : ରେଳବାଇ ବୋର୍ଡ ପକ୍ଷରୁ ଜାରି କରାଯାଇଥିବା ଏକ ଚିଠି ଅନୁସାରେ, ରେଳବାଇ ରାଜଧାନୀ, ଦୁରନ୍ତୋ ଏବଂ ସମସ୍ତ ଏୟାର କଣ୍ଡିସନର ଟ୍ରେନରେ ଏସି-୩ ଟାୟାର ୬ଟି ବର୍ଥ ମହିଳାଙ୍କ ପାଇଁ ସଂରକ୍ଷିତ କରିବାକୁ ନିଷ୍ପତ୍ତି ନେଇଛି । ଏହି ସଂରକ୍ଷଣ ବ୍ୟବସ୍ଥା ବରିଷ୍ଠ ନାଗରିକ, ୪୫ ବର୍ଷରୁ ଅଧିକ ବୟସର ମହିଳା ଯାତ୍ରୀ ଏବଂ ଗର୍ଭବତୀଙ୍କ ପାଇଁ ଏସି-୩ ଟାୟାରରେ ପ୍ରତ୍ୟେକ ୪ଟି ବଗିରେ ସଂରକ୍ଷିତ ତଳ ୪ଟି ବର୍ଥ ସଂଯୁକ୍ତ ଆରକ୍ଷଣ ପାଇଁ ରହିବ ।

ରେଳବାଇ ପ୍ରତ୍ୟେକ ମେଲ/ଏକ୍ସପ୍ରେସ ଟ୍ରେନରେ ମହିଳା ଯାତ୍ରୀଙ୍କୁ ତାଙ୍କ ବୟସ, ଏକାକୀ ଯାତ୍ରା କରୁଥିବା ବେଳେ ଅଥବା ସାମୁହୀକ ଭାବରେ ଯାତ୍ରା ସମୟରେ ସ୍ଲିପର କ୍ଲାସର ୬ ବର୍ଥ ସଂରକ୍ଷଣ ଦେଇଥାଏ । ଏଥିରେ ଅତିରିକ୍ତ ଗରୀବ ରଥ ଏକ୍ସପ୍ରେସ ଟ୍ରେନ ତୃତୀୟ ଏସି ଟ୍ରେନରେ ମହିଳାଙ୍କ ପାଇଁ ୬ଟି ସିଟ ସଂରକ୍ଷିତ ହୋଇଥାଏ ।

ପ୍ରତ୍ୟେକ ଟ୍ରେନର ସ୍ଲିପର କ୍ଲାସରେ ବରିଷ୍ଠ ନାଗରିକ, ୪୫ ବର୍ଷ ବୟସରୁ ଅଧିକ ବର୍ଷର ମହିଳା ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ସ୍ଲିପର କ୍ଲାସର ପ୍ରତ୍ୟେକ ବଗିରେ ତଳ ୬ଟି ବର୍ଥ ଏବଂ ଏସି ୩ ଟାୟର ତଥା ଏସି ୨ ଟାୟର କ୍ଲାସରେ ପ୍ରତ୍ୟେକ ବଗିର ତଳେ ୩ଟି ବର୍ଥକୁ ଯୁଗ୍ମ ଭାବରେ ସଂରକ୍ଷିତ ରଖାଯାଇଥାଏ ।

By amfnews

Related Post