Sat. Apr 19th, 2025

ଏସିଡ୍‌ ଆକ୍ରମଣ ପୀଡ଼ିତାଙ୍କ ପାଖରେ ଚଳିବା ଏବଂ ଝିଅକୁ ପାଳିବା ପାଇଁ ଟଙ୍କା ନ ଥିବା ଜାଣି ୫ ଲକ୍ଷ ଟଙ୍କା ସାହାଯ୍ୟ କଲେ ଅକ୍ଷୟ କୁମାର

By amfnews Sep 21, 2018 #Featured
273 Views

ମୁମ୍ବାଇ : ସବୁବେଳେ ନିଜ ଫିଲ୍ମ ପାଇଁ ଚର୍ଚ୍ଚାରେ ରହୁଥିବା ବଲିଉଡ୍‌ର ଖିଲାଡ଼ି କୁମାର ଅକ୍ଷୟ ଏବେ ଏକ ଭିନ୍ନ କାରଣ ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଜଣେ ଏସିଡ଼୍‍ ପୀଡ଼ିତାଙ୍କୁ ଆର୍ଥିକ ସହାୟତା ଯୋଗାଇଥିବାରୁ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ସୂଚନା ମୁତାବକ, କିଛି ଦିନ ତଳେ ଏସିଡ଼୍‍ ଆକ୍ରମଣର ପୀଡ଼ିତା ଲକ୍ଷ୍ମୀ ଅଗ୍ରଓ୍ଵାଲ ହିନ୍ଦୁସ୍ଥାନ ଟାଇମ୍ସକୁ ସାକ୍ଷାତକାର ଦେଇ ତାଙ୍କ ଆର୍ଥିକ ଅବସ୍ଥା ବିଷୟରେ ଜଣାଇଥିଲେ । ତାଙ୍କ ପାଖରେ ଘର ଭଡ଼ା ଏବଂ ଝିଅକୁ ପାଳିବା ପାଇଁ ଅର୍ଥ ଅଭାବ ଥିବା କହିଥିଲେ ଲକ୍ଷ୍ମୀ । ଲକ୍ଷ୍ମୀଙ୍କର ଆର୍ଥିକ ଅବସ୍ଥା ବିଷୟରେ ଜାଣିବା ପରେ ଅଭିନେତା ଅକ୍ଷୟ କୁମାର ତାଙ୍କୁ ୫ଲକ୍ଷ ଟଙ୍କା ସାହାଯ୍ୟ କରିଥିବା ଜଣାପଡ଼ିଛି । ବର୍ଷେ ପୂର୍ବରୁ ଲକ୍ଷ୍ମୀଙ୍କର ଚାକିରି ଚାଲିଯିବାରୁ ତାଙ୍କ ପାଖରେ ଥିବା ଟଙ୍କା ଧିରେ ଧିରେ ସରିବାକୁ ଲାଗିଥିଲା । ଅନେକ ଚେଷ୍ଟା ପରେ ମଧ୍ୟ ନିଜ ଆର୍ଥିକ ପରିସ୍ଥିତିକୁ ସୁଧାରି ପାରୁ ନଥିବା କହିଥିବା ବେଳେ ଏ ବିଷୟରେ ଜାଣିବା ପରେ ଅକ୍ଷୟ ତୁରନ୍ତ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫ଲକ୍ଷ ଟଙ୍କା ପଠାଇଥିଲେ ।

ଏହି ସାହାଯ୍ୟ କରିବା ପଛର କାରଣ ପଚରା ଯିବା ପରେ, ଲକ୍ଷ୍ମୀ ତାଙ୍କ ଆର୍ଥିକ ଅବସ୍ଥାକୁ ନେଇ ଚିନ୍ତା କରିବା ପରିବର୍ତ୍ତେ ଚାକିରି ଖୋଜିବା ପାଇଁ ଚେଷ୍ଟା କରିବା ସହ ନିଜ ଝିଅର ଠିକ୍‌ ଭାବରେ ଦେଖାଶୁଣା କରିପାରନ୍ତୁ ବୋଲି ମୁଁ ଏହି ସାହାଯ୍ୟ କରିଥିବା କହିଛନ୍ତି ଅକ୍ଷୟ । ଏହା ସହ ଲକ୍ଷ୍ମୀଙ୍କ ପରିସ୍ଥିତି ବିଷୟରେ ଜାଣି ତାଙ୍କୁ ଅନେକ ଲୋକ ଆର୍ଥିକ ସହାୟତା ଦେବା ପାଇଁ ପ୍ରତିଶୃତି ଦେଇଥିବା ବେଳେ ୨୦୦କମ୍ପାନୀରୁ ଇଣ୍ଟରଭିୟୁ ପାଇଁ କଲ୍‌ ଆସିଥିବା ଜଣା ପଡ଼ିଛି ।

By amfnews

Related Post