Sat. Nov 23rd, 2024

ଏସିଆନ୍ ଗେମସ୍: ଷଷ୍ଠ ଦିନରେ ଭାରତକୁ ଟେନିସ୍ ଏବଂ ନୌଚାଳନାରେ ସ୍ୱର୍ଣ୍ଣ

By amfnews Aug 24, 2018 #Featured
299 Views

ଇଣ୍ଡୋନେସିଆ, ଅଗଷ୍ଟ ୨୪:

ଇଣ୍ଡୋନେସିଆର ପାଲେମବର୍ଗରେ ଚାଲୁଥିବା ୧୮ତମ ଏସିଆନ୍ ଗେମସରେ ଏପର୍ଯ୍ୟନ୍ତ ଭାରତର ଯାତ୍ରା ସଫଳ ରହିଛି । ମୋଟ୍ ୨୩ଟି ପଦକ ସହ ଭାରତ ତାଲିକାର ୧୦ ସ୍ଥାନରେ ରହିଛି । ଏହି ମୁକାବିଲାରେ ଭାରତ ଖାତାରେ ୬ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଏବଂ ୧୩ଟି ବ୍ରୋଞ୍ଜ ପଦକ ରହିଛି ।

କ୍ରୀଡାର ଷଷ୍ଠ ଦିନରେ ଭାରତର ପ୍ରଦର୍ଶନ ବହୁତ ଭଲ ରହିଛି । ଆଜି ଭାରତ ଦୁଇଟି ସ୍ୱର୍ଣ୍ଣ ଏବଂ ତିନୋଟି ବ୍ରୋଞ୍ଜ ପଦକ ନିଜ ନାମରେ କରିଛି । କବାଡିରେ ଭାରତୀୟ ଦଳ ନିରାଶ ହେବା ପରେ ମହିଳା ଦଳ ଫାଇନାଲରେ ଇରାନ ଠାରୁ ପରାସ୍ତ ହୋଇ ରୌପ୍ୟରେ ସଂତୁଷ୍ଟ ରହିଛି । ଏହା ପୂର୍ବରୁ ଭାରତ ପୁରୁଷ ଡବଲ ଟେନିସ୍ ଏବଂ ନୌକା ଚାଳନାରେ ସ୍ୱର୍ଣ୍ଣ ଜିତି ସ୍ୱର୍ଣ୍ଣ ପଦକ ସଂଖ୍ୟାକୁ ୬କୁ ବୃଦ୍ଧି କରିଛି । ସେହି ପରି ୧୦ମିଟର ଏୟାର ପିସ୍ତଲରେ ହୀନା ସିଦ୍ଧୁ ଭାରତକୁ ବ୍ରୋଞ୍ଜ ଦେଇଛନ୍ତି ।

By amfnews

Related Post