Wed. Dec 25th, 2024

ଏସସି-ଏସଟିମାନେ ଅନ୍ୟ ରାଜ୍ୟରେ କରିପାରିବେନି ଆରକ୍ଷଣର ଦାବି ; ସୁପ୍ରିମ କୋର୍ଟ

By amfnews Aug 30, 2018
186 Views

ନୂଆଦିଲ୍ଲୀ, ଅଗଷ୍ଟ ୩୦ :

 ଗୋଟିଏ ରାଜ୍ୟର ଅନୁସୂଚିତ ଜାତି ଏବଂ ଜନଜାତି ସମୁଦାୟର ସଦସ୍ୟ ଅନ୍ୟ ରାଜ୍ୟରେ ସରକାରୀ ଚାକିରୀରେ ଆରକ୍ଷଣର ଦାବୀ କରି ପାରିବେ ନାହିଁ ବୋଲି ଆଜି ଉଚ୍ଚତମ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ନ୍ୟାୟମୂର୍ତି ରଞ୍ଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ପାଂଚ ଜଣିଆ ଖଣ୍ଡ ପୀଠରେ ସର୍ବ ସମ୍ମତିରେ ଏହି ନିଷ୍ପତି ନିଆଯାଇଛି ।

ଏଥିରେ ନ୍ୟାୟମୂର୍ତି ଏନ ବି ରମଣ, ନ୍ୟାୟମୂର୍ତି ଆର ଭାନୁମତି, ନ୍ୟାୟମୂର୍ତି ଏମ ଶାନ୍ତାତାନାଗୌଡର ଏବଂ ନ୍ୟାୟମୂର୍ତି ଏସ୍ ଅବଦୁଲ ସାମିଲ ଥିଲେ । ସମ୍ବିଧାନ ଖଣ୍ଡପୀଠ କହିବା ଅନୁଯାୟୀ, ଗୋଟିଏ ରାଜ୍ୟରେ ଅନୁସୂଚିତ ଜାତି ରୂପରେ ଅଧିସୂଚିତ ହେବା ଆଧାରରେ ଅନ୍ୟ ରାଜ୍ୟରେ ଏହି ଦାବୀ କରି ପାରିବେ ନାହିଁ ।

ସୂଚନାନୁଯାୟୀ, ନ୍ୟାୟମୂର୍ତି ଭାନୁମତି ଦିଲ୍ଲୀରେ ଏସସିଙ୍କୁ ନେଇ କେନ୍ଦ୍ରୀୟ ଆରକ୍ଷଣ ନୀତି ଲାଘୁ କରିବା ସମ୍ବନ୍ଧରେ ବହୁମତ ଦୃଷ୍ଟିକୋଣରୁ ସହମତି ବ୍ୟକ୍ତ କରିଥିଲେ । ଖଣ୍ଡପୀଠ ୪:୧ ବହୁମତ ନିଷ୍ପତିରେ କହିଥିଲା କି, ଦିଲ୍ଲୀରେ ଅନ୍ୟ କୌଣସି ରାଜ୍ୟର ଅଧିସୂଚିତ ହୋଇଥିବା ଏସସିଙ୍କୁ କେବଳ ଦିଲ୍ଲୀରେ ଚାକିରୀ ଆରକ୍ଷଣର ଲାଭ ଉଠାଇବାକୁ ଦିଆଯିବ ।

By amfnews

Related Post