ଏସବିଆଇ ଖାତାକୁ ପଠାଯାଇଥିବା ଆଦେଶରେ କୁହାଯାଇଛି କି, ବ୍ୟାଙ୍କର ଏଟିଏମ ଟ୍ରାନଜାକ୍ସନରେ ହେଉଥିବା ବିଭିନ୍ନ ପ୍ରକାର ଠକାମି ପାଇଁ ମିଳୁଥିବା ଅଭିଯୋଗକୁ ଆଖିଆଗରେ ରଖି ଡିଜିଟାଲ-କ୍ୟାସଲେସ ଟ୍ରାନଜାକସନକୁ ଅଧିକ ଗୁରୁତ୍ୱ ଦେବା ପାଇଁ ଟଙ୍କା ଉଠାଇବାର ସୀମାକୁ ପରିବର୍ତନ କରିବାର ନିଷ୍ପତି ନିଆଯାଇଛି । କ୍ଲାସିକ ଓ ମେଟ୍ରୋ ପ୍ଲାଟଫର୍ମ ଉପରେ ଜାରୀ କରାଯାଇଥିବା ଡେବିଟ ର୍କାର୍ଡରେ ମଧ୍ୟ ଟଙ୍କା କାଢିବାର ସୀମା ପରିବର୍ତନ କରାଯାଇଛି । ଟଙ୍କା ଉଠାଇବା ପାଇଁ ଏହି ପରିବର୍ତନ ପର୍ବପର୍ବାଣୀ ଆରମ୍ଭ ହେବା ପୂର୍ବରୁ ଆରମ୍ଭ ହୋଇଯାଇଛି ।
ଏହି ନିୟମରେ ବ୍ୟାଙ୍କ ଗ୍ରାହାକଙ୍କୁ ହେଉଥିବା ଅସୁବିଧା ବିଷୟରେ ଏସବିଆଇର ପ୍ରବନ୍ଧ ନିର୍ଦ୍ଦେଶକ ପିକେ ଗୁପ୍ତାଙ୍କୁ ପଚରା ଯିବାରୁ ସେ କହିଛନ୍ତି କି, ଆମର ବିଶ୍ଲେଷଣ ଦେଖାଯାଏ କି ଏଟିଏମରୁ ଅଧିକତମ କମ ପରିମାଣର ଟଙ୍କା ଉଠାଯାଏ । ୨୦ ହଜାର ଟଙ୍କା କିଛି ଗ୍ରାହକଙ୍କ ପାଇଁ ବହୁତ ଅଧିକ ହୋଇଥାଏ । ଆମେ ଛୋଟ ଉଠାଣ ଉପରେ ହେଉଥିବା ଠକାମିକୁ ରୋକିବାକୁ ବି ପ୍ରୟାସ କରୁଛୁା ସେ ଆହୁରି ମଧ୍ୟ କହିଛନ୍ତି କି ଯେଉଁ ଗ୍ରାହାକମାନଙ୍କୁ ଅଧିକ ଟଙ୍କା ଉଠାଇବା ଦରକାର ପଡୁଛି ସେମାନେ ବ୍ୟାଙ୍କର ଅନ୍ୟକାର୍ଡରେ ଟଙ୍କା ଉଠାଇ ପାରିବେ । ଏପରି କାର୍ଡ ବ୍ୟାଙ୍କ ସେହି ଗ୍ରାହକମାନଙ୍କୁ ଦେଉଛି ଯେଉଁମାନେ ନିଜ ବ୍ୟାଙ୍କ ଖାତାରେ ସର୍ବନିମ୍ନ ବାଲାନ୍ସରୁ ଅଧିକ ଟଙ୍କା ଜମା ରଖିଥାନ୍ତି ।