Sat. Mar 7th, 2026

ଏସପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲେ କେନ୍ଦ୍ରମନ୍ତ୍ରୀ

263 Views

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୀରିଟର ଏସପି ଆନ୍ଦୋଳନୀକାରୀଙ୍କୁ ତାଗିଦ କରିବାକୁ ଯାଇ କହିଥିଲେ ‘ପାକିସ୍ତାନ ଚାଲିଯାଅ’। ଏସପି ଅଖିଲେଶ ନାରାୟଣଙ୍କ ଏଭଳି ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି କେନ୍ଦ୍ରମନ୍ତ୍ରୀ ମୁଖତାର ଆବାସ ନକଭୀ। ଏସପିଙ୍କ ଏଭଳି ମନ୍ତବ୍ୟ ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ନକଭୀ କହିଛନ୍ତି।

ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧ କରି ଉତ୍ତର ପ୍ରଦେଶରେ ଗତ ୨୦ ତାରିଖରେ ଆନ୍ଦୋଳନ ହୋଇଥିଲା। ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଆନ୍ଦୋଳନ ଓ ହିଂସା ବେଳେ ଏସପି ବିଭିନ୍ନ ସ୍ଥାନରେ ବୁଲି ସ୍ଥିତୀ ସମୀକ୍ଷା କରୁଥିଲେ। ଏହି ସମୟରେ କିଛି ଟୋପି ପିନ୍ଧା ଲୋକଙ୍କୁ ସେ କହିଥିଲେ, “କୁଆଡ଼େ ଯିବ? ଏ ଗଳିକୁ ମୁଁ ଠିକ୍‌ କରୁଛି ରୁହ। ଯେଉଁମାନେ କଳା ଏବଂ ନାଲି ପଟ୍ଟି ବାନ୍ଧିଛନ୍ତି ସେମାନଙ୍କୁ କହିଦିଅ ପାକିସ୍ତାନ ଚାଲିଯାଆନ୍ତୁ।” ଏସପିଙ୍କ ଏହି ମନ୍ତବ୍ୟର ଭିଡିଓ କ୍ଲିୁପ୍ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଅନେକ ଏପରି ମନ୍ତବ୍ୟକୁ ସମାଲୋଚନା କରିଛନ୍ତି।

By amfnews

Related Post