Thu. Mar 12th, 2026

ଏମ୍ସ ଯାଇ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ଉପରାଷ୍ଟ୍ରପତି

179 Views

ନୂଆଦିଲ୍ଲୀ  : ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ଆଜି ସକାଳେ ଉପରାଷ୍ଟ୍ରପତି ଏମ୍ସ ଆସିଥିଲେ। ଉପରାଷ୍ଟ୍ରପତି ଜେଟଲୀଙ୍କ ଚିକିତ୍ସା କରୁଥିବା ଡାକ୍ତରୀ ଟିମଙ୍କୁ ପଚାରି ବୁଝିଥିଲେ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ। ଏହାପରେ ଜେଟଲୀଙ୍କ ପରିବାର ଲୋକଙ୍କୁ ଭେଟିଥିଲେ ଉପରାଷ୍ଟ୍ରପତି। ଆଜି ଏମ୍ସ ମଧ୍ୟ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ହେଲଥ ବୁଲେଟିନ ଜାରି କରିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତକାଲି ଜେଟଲୀ ଅସୁସ୍ଥ ହୋଇପଡ଼ିବାରୁ ସକାଳ ୧୦ଟା ବେଳେ ଏମ୍ସର କାର୍ଡିଓ-ନ୍ୟୁରୋ ସେଣ୍ଟରରେ ଭର୍ତ୍ତି ହୋଇଥିଲେ। ଏହାପରେ ରାତିରେ ଏମ୍ସ ପକ୍ଷରୁ ଏକ ବୁଲେଟିନ୍ ଜାରି ହୋଇଥିଲା। ଯେଉଁଥିରେ ଜେଟଲୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା କୁହାଯାଇଥିଲା। ଗତବର୍ଷ ଅର୍ଥମନ୍ତ୍ରୀ ଥିବା ବେଳରୁ ହିଁ ଶ୍ରୀ ଜେଟଲୀ ବାରମ୍ବାର ଅସୁସ୍ଥତା ଅନୁଭବ କରୁଥିଲେ। ଏଥିପାଇଁ ସେ ୩ ମାସ ପାଇଁ ଆମେରିକା ଯାଇ କିଡ୍‌ନୀ ପ୍ରତିରୋପଣ କରିଥିଲେ। ୨୦୧୪ ମସିହାରେ ସେ ବାରିଆଟ୍ରିକ୍‌ ସର୍ଜରୀ ମଧ୍ୟ କରାଇଥିଲେ। କ୍ରମାଗତ ଅସୁସ୍ଥତା କାରଣରୁ ସେ ନିର୍ବାଚନ ଲଢ଼ି ନଥିଲେ କିମ୍ବା ତାଙ୍କୁ ଅଫର୍ କରାଯାଇଥିବା ମନ୍ତ୍ରୀ ପଦ ମଧ୍ୟ ସେ ଗ୍ରହଣ କରିନଥିଲେ।

By amfnews

Related Post