302 Views
ଦିଲ୍ଲୀ ଏମ୍ସରୁ ଜଗା ବଳିଆଙ୍କ ଆସିଛି ଆଉ ଏକ ଫଟୋ । ଦେଶର ପ୍ରଥମ ବିରଳ ଅସ୍ତ୍ରୋପଚାର ପରେ ଯୋଡାମୁଣ୍ଡ ଶିଶୁ ଜଗାବଳିଆ ଅଲଗା ହୋଇଛନ୍ତି । ଆସିଥିବା ଫଟୋଟିରେ ଜଗା ବଳିଆ ଖେଳୁଥିବାରୁ, ଉଭୟ ଶିଶୁ ସୁସ୍ଥ ହେଉଥିବାର ଅନୁମାନ କରାଯାଉଛି । ପୂର୍ବରୁ ଜଗା ଠାରୁ ବଳିଆର ସ୍ୱାସ୍ଥ୍ୟ ସାମାନ୍ୟ ଅସୁସ୍ଥ ବୋଲି ଏମ୍ସର ଡାକ୍ତରମାନେ କହିଥିଲେ । ଫଟୋରେ ଜଗା ବଳିଆ ସହ ଖେଳୁଛି ଏବଂ ବଳିଆ ମଧ୍ୟ ଖୁସି ହେଉଥିବାର ଦେଖାଯାଇଛି । ଅସ୍ତ୍ରୋପଚାର ପରେ ବଳିଆ ମୁଣ୍ଡରୁ କପଡା ଖୋଲାଯାଇଥିବାର ଫଟୋରେ ଦେଖିବାକୁ ମିଳିଛି । ଉଭୟ ଶିଶୁ ସୁସ୍ଥ ହେଉଥିବାର ଏମ୍ସ ପକ୍ଷରୁ ପ୍ରକାଶ କରାଯାଇଛି ।