ବ୍ରହ୍ମପୁର, ଫେବୃଆରୀ ୦୭ : ଟାଟା ନିଯୁକ୍ତି ଠକେଇ ମାମଲାରେ ଜେଲ୍ରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ଜେଲ୍ରୁ ସ୍ୱତନ୍ତ୍ର ଏସ୍କର୍ଟରେ ପୋଲିସ ବ୍ରହ୍ମପୁର ଜେଲ୍କୁ ଫେରିଛନ୍ତି ।
ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍ରେ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ଚିକିତ୍ସା ପାଇଁ ଅଣାଯାଇଥିଲା । ଅସ୍ଥିଶଲ୍ୟ ବିଭାଗରେ ତାଙ୍କୁ ଶନିବାର ଅପରାହ୍ନରେ ଚିକିତ୍ସା କରାଯାଇଥିଲା । ସାତ ଦିନ ପାଇଁ ଔଷଧ ଲେଖି ପୁଣି ଡାକ୍ତର ପରାମର୍ଶ ନେବାକୁ ତାଙ୍କୁ କୁହାଯାଇଛି । ଏମ୍କେସିଜି ଆଉଟ୍ଡୋର୍ରେ ଚିକିତ୍ସା ପରେ ତାଙ୍କୁ ପୁଣି ବ୍ରହ୍ମପୁର ଜେଲ୍କୁ ନିଆଯାଇଛି ।
ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ତିନିଟି ଠକେଇ ମାମଲାରେ ଫେବ୍ରୁଆରୀ ୪ରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଭୁବନେଶ୍ୱର ଝାରପଡ଼ା ଜେଲ୍ରୁ ଆଣି ବ୍ରହ୍ମପୁର ଏସ୍ଡିଜେଏମ୍ କୋର୍ଟରେ ରିମାଣ୍ଡ ଦିଆଯାଇଥିଲା ।
କୋର୍ଟ ନିର୍ଦ୍ଦେଶ ପରେ ତାଙ୍କୁ ୩ଦିନ ବ୍ରହ୍ମପୁର ଜେଲ୍ରେ ରଖାଯିବା ପରେ ପୁଣି କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଝାରପଡ଼ା ଜେଲ୍କୁ ପଠାଯିବ । ପ୍ରଦୀପ ଯିବା ପୂର୍ବରୁ ପୁଣି କୋର୍ଟରେ ହାଜର ହେବେ ବୋଲି ସୂଚନା ମିଳିଛି ।