Sun. Mar 8th, 2026

ଏବେ ମାତ୍ର ୧୦ଟଙ୍କାରେ ହେଲମେଟ୍‌ ଭଡ଼ାରେ ନେଇ କରନ୍ତୁ ସୁରକ୍ଷିତ ଯାତ୍ରା !

338 Views

ମୁମ୍ବାଇ: ମହାରାଷ୍ଟ୍ରର ପୁଣେରେ ଟ୍ରାଫିକ୍‌ର ବଢ଼ୁଥିବା ସମସ୍ୟାକୁ ଦେଖି ଟ୍ରାଫିକ୍‌ ପୁଲିସ ବିଭାଗ ଦୁଇଚକିଆ ଯାନ ଚଳାଉଥିବା ସମୟରେ ହେଲମେଟ ପିନ୍ଧିବା ଅନିବାର୍ଯ୍ୟ କରି ଦେଇଛନ୍ତି। ଯେଉଁ ଚାଳକ ବିନା ହେଲମେଟରେ ଗାଡ଼ି ଚଳାଇବେ ସେଥିପାଇଁ ଜୋରିମାନା ଦେବାକୁ ପଡ଼ିବ। କିନ୍ତୁ ପୁନେସ୍ଥିତ ପିମ୍ପରି-ଚିନ୍‌ଚଓ୍ଵାଡାରେ କିଛି ଅଲଗା ଦେଖିବାକୁ ମିଳେ।

ପିମ୍ପର କିମ୍ବା ପୁନେ ନିକଟରେ ଏମିତି ଏକ ସ୍ଥାନ ଅଛି ଯେଉଁଠାରେ ଗାଡ଼ି ଚଳାଇବା ସମୟରେ ହେଲମେଟ୍‌ ପିନ୍ଧିବା ନିୟମ ଲାଗୁ ହୋଇନାହିଁ। ଏଠାରେ ବସବାସ କରୁଥିବା ଜଣେ ବାସିନ୍ଦା ଏହି ସମସ୍ୟାର ଏକ ଭିନ୍ନ ସମାଧାନ ବାହାର କରିଛନ୍ତି। ଏଠାକାର ବାସିନ୍ଦାଙ୍କୁ ଯଦି ପୁଣେ ସହରକୁ ଦୁଇଚକିଆ ଯାନରେ ଯିବାର ଥାଏ, ସେମାନଙ୍କୁ ହେଲମେଟ ପିନ୍ଧିବା ଜୁରୁରୀ ହୋଇଥାଏ। ତେବେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ହେଲମେଟ ନଥାଏ। ଯାହାଙ୍କୁ ପୁଣେ କେବେ କେବେ ଯିବାକୁ ପଡ଼ିଥାଏ। ସେ ନିଜ ସୁରକ୍ଷାକୁ ଦୃଷ୍ଟି ନଦେଇ ଥରେ କିମ୍ବା ଦୁଇଥର ଯିବା ଆସିବା ପାଇଁ ହେଲମେଟ୍‌ କିଣିବା ଜରୁରୀ ଭାବି ନଥାଆନ୍ତି।

ତେବେ ଏହି ସବୁ ଅସୁବିଧାକୁ ଦୃଷ୍ଟିରେ ରଖି ପିମ୍ପରିରୁ ପୁଣେ ଯିବା ରାସ୍ତାରେ ଏମିତି କିଛି ଦୋକାନ୍‌ ମିଳିବ, ଯେଉଁଠାରୁ ଆପଣ ଗୋଟିଏ ଦିନ କିମ୍ବା କିଛି ଘଣ୍ଟା ପାଇଁ ହେଲମେଟ ଭଡାରେ ନେଇ ପାରିବେ। ଦାପୋଡ଼ିରେ ରାହୁଲ ରାଜ ଟୁର୍ସ ଆଣ୍ଡ ଟ୍ରାଭେଲସ୍‌ର ମାଲିକ ରାହୁଲ ଅନଘୋଲକର ଏହି ସୁବିଧା ଉପଲବ୍ଧ କରାଇଛନ୍ତି। ସେ ବିଭନ୍ନ ପ୍ରକାର ଅନେକ ଗୁଡ଼ିକ ହେଲମେଣ୍ଟ କିଣି ନିଜ ଦୋକାନ୍‌ ବାହାରେ ର‍୍ୟାକ୍‌ରେ ରଖିଛନ୍ତି। ଏଠାରୁ ଦୁଇଚକିଆ ଚାଳକ ନିଜ ପସନ୍ଦ ମୁତାବକ ହେଲମେଟକୁ ଭଧାରେ ନେଇ ପାରିବେ। ପ୍ରତିଦିନ ୬୦ରୁ ଊର୍ଧ୍ୱ ଲୋକେ ରାହୁଲଙ୍କ ଠାରୁ ହେଲମେଟ ଭଡାରେ ନେଇ ଥାଆନ୍ତି।

By amfnews

Related Post