Fri. Mar 6th, 2026

ଏନ୍‌ସିଫାଲାଇଟିସ୍‌ ଆକ୍ରାନ୍ତଙ୍କ ମୃତ୍ୟୁସଂଖ୍ୟା୧୦୯; ଅବହେଳା ପାଇଁ ବରିଷ୍ଠ ଡାକ୍ତର ନିଲମ୍ବିତ

267 Views

ନୂଆଦିଲ୍ଲୀ: ଜାପାନିଜ୍‌ ଏନ୍‌ସିଫାଲାଇଟିସ୍‌ରେ ଆକ୍ରାନ୍ତ ହୋଇ ବିହାରର ମୁଜାଫରପୁରସ୍ଥିତ ଶ୍ରୀକୃଷ୍ଣ ମେଡିକାଲ୍‌ କଲେଜ ଆଣ୍ଡ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିବା ୧୦୯ ପିଲାଙ୍କର ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟିଥିବା କାରଣରୁ ଜଣେ ବରିଷ୍ଠ ଡାକ୍ତରଙ୍କୁ ନିଲମ୍ବନ କରାଯାଇଛି।ନିଲମ୍ବିତ ବ୍ୟକ୍ତି ହେଉଛନ୍ତି ବରିଷ୍ଠ ରେସିଡେଣ୍ଟ୍‌ ଡକ୍ଟର ଭୀମସେନ କୁମାର।

କାର୍ଯ୍ୟକଳାପର ସମୀକ୍ଷା କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପାଟନା ମେଡିକାଲ୍‌ କଲେଜ ଆଣ୍ଡ୍‌ ହସ୍‌ପିଟାଲ୍‌ର ଶିଶୁରୋଗ ବିଶେଷଜ୍ଞଙ୍କୁ ଜୁନ୍‌ ୧୯ ତାରିଖ ଦିନ ଦାୟିତ୍ୱ ଦେଇଥିଲା। ଶ୍ରୀକୃଷ୍ଣ ମେଡିକାଲ୍‌ କଲେଜ ଆଣ୍ଡ୍‌ ହସ୍‌ପିଟାଲ୍‌ ସହ ମୁଜାଫରପୁର କେଜ୍ରିଓ୍ଵାଲ୍‌ ହସ୍‌ପିଟାଲ୍‌ରେ ମଧ୍ୟ ଅନ୍ୟ ୨୦ଟି ମୃତ୍ୟୁ ଘଟଣା ଘଟିଛି।ସରକାରୀ ଭାବେ ଜାପାନୀ ଏନ୍‌ସିଫାଲାଇଟିସ୍‌ ଯୋଗୁଁ ହେଉଥିବା ମସ୍ତିସ୍କ ଜ୍ୱର ବିହାରରେ ୧୪୫ରୁ ଅଧିକ ପ୍ରାଣହାନୀ କଲାଣି। କିନ୍ତୁ, ଅନ୍ୟ ଏକ ରିପୋର୍ଟ ଅନୁସାରେ ମୃତ୍ୟୁ ସଂଖ୍ୟ ୧୫୦ ଟପିଛି।ବିହାରର ୩୮ଟି ଜିଲ୍ଲାରୁ ୧୬ଟି ଜିଲ୍ଲାକୁ ଏହି ଜ୍ୱର ବ୍ୟାପିଛି ବୋଲି ସୂଚନା ମିଳୁଛି। ଏବେ ଏଥିରେ ୬୦୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି।ଏହି ରୋଗକୁ ପ୍ରତିରୋଧ କରିହେବ ବୋଲି କେଜ୍ରିଓ୍ଵାଲ୍‌ ମାଟର୍ଣ୍ଣିଟି ହସ୍‌ପିଟାଲ୍‌ ଡାକ୍ତର ଚୈତନ୍ୟ କୁମାର କହିଛନ୍ତି।

By amfnews

Related Post