Sat. Mar 7th, 2026

ଏନ୍ଆଇଟି ପରିସରରୁ ଅଜଗର ସାପ ଉଦ୍ଧାର

225 Views

ରାଉରକେଲା, ୪ା୯  : ଏନ୍ଆଇଟି ପରିସର ସ୍ଥିତ ହଲ-୮ ବିକ୍ରମ ସାରାଭାଇ ହଷ୍ଟେଲ ନିକଟରୁ ଏକ ୫ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି । ସେକ୍ଟର-୨୦ ସ୍ଥିତ ସ୍ନେକ୍ ହେଲ୍ପ ଲାଇନ୍ର ସଦସ୍ୟ ଅମର କୁମାର ଏହି ସାପ ଉଦ୍ଧାର କରି ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରିଛନ୍ତି । ସାପଟି ଏନ୍ଆଇଟି ପରିସର ସ୍ଥିତ ହଲ-୮ ବିକ୍ରମ ସାରାଭାଇ ହଷ୍ଟେଲ ନିକଟରେ ବୁଲାବୁଲି କରୁଥିବା ନେଇ ଏନ୍ଆଇଟି ସୁରକ୍ଷା ଅଧିକାରୀ ସୁମନ ଦତ୍ତ ସ୍ନେକ୍ ହେଲ୍ପ ଲାଇନ୍କୁ ଖବର ଦେଇଥିଲେ । ଶ୍ରୀ ଦତ୍ତଙ୍କ ଠାରୁ ଖବର ପାଇ ସ୍ନେକ୍ ହେଲ୍ପ ଲାଇନ୍ର ଅମର କୁମାର ଘଟଣାସ୍ଥଳରେ ପହଞ୍ôଚ ସାପକୁ ଉଦ୍ଧାର କରିଥିବା ଜଣାପଡିଛି ।

By amfnews

Related Post