Sat. Mar 7th, 2026

ଏନଡିଆରଏଫ କର୍ମଚାରୀମାନଙ୍କ ହାତରେ ରାଖି ବାନ୍ଧିଲେ ବଡ଼ୋଦରା ଜିଲ୍ଲାପାଳ ଶାଲିନୀ ଅଗ୍ରୱାଲ

212 Views

ବଡ଼ୋଦରା: ଗୁଜୁରାଟର ବଡ଼ୋଦରା ଜିଲ୍ଲାରେ ସଂଗଠିତ ଭୟାବହ ବନ୍ୟାରେ ଲୋକଙ୍କର ଧନଜୀବନ ରକ୍ଷା କରିବାଲାଗି ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନ ଡିଆରଏଫ)ର ସମ୍ମାନାର୍ଥେ ବଡ଼ୋଦରା ଜିଲ୍ଲାପାଳ ଶାଲିନୀ ଅଗ୍ରୱାଲ ଗତକାଲି ସ୍ବତନ୍ତ୍ର ରକ୍ଷାବନ୍ଧନ ଉତ୍ସବ ପାଳନ କରିଥିଲେ। ସେ ଏନଡିଆରଏଫର କର୍ମଚାରୀଙ୍କ ହାତରେ ରାଖି ବାନ୍ଧିଥିଲେ। ଜିଲ୍ଲାପାଳ ଶାଲିନୀ ଅଗ୍ରୱାଲଙ୍କ ବ୍ୟତୀତ ସହରର କେତେକ ବିଶିଷ୍ଟ ମହିଳା ବି ଏନଡିଆରଏଫର କର୍ମଚାରୀଙ୍କ ହାତରେ ରାଖି ବାନ୍ଧିଥିଲେ।

Image result for vadodara gujarat flood

ଏହି ଅବସରରେ ଶାଲିନୀ ଅଗ୍ରୱାଲ କହିଥିଲେ ଯେ ଏନଡିଆରଏଫର କର୍ମଚାରୀମାନେ ଯେଉଁଭଳି ବଡ଼ୋଦରା ଜିଲ୍ଲାରେ ସଂଗଠିତ ଭୟାବହ ବନ୍ୟାରେ ଲୋକଙ୍କର ଧନଜୀବନ ରକ୍ଷା କରିବାଲାଗି ନିଜ ଜୀବନକୁ ବାଜି ଲଗାଇଛନ୍ତି ,ତାହା ବାସ୍ତବିକ ପ୍ରଶଂସନୀୟ। ଏପରିକି ସେମାନେ ରକ୍ଷାବନ୍ଧନ ପର୍ବରେ ବି ଏହି ମହତ କାମରେ ନିୟୋଜିତ ଥିଲେ। ଏଣୁ ସେମାନଙ୍କୁ ଗୋଟିଏ ଦିନପରେ ରକ୍ଷାବନ୍ଧନ ପର୍ବରେ ସାମିଲ କରାଯାଇଛି। ଏହି ଉତ୍ସବରେ ବହୁ ଏନଡିଆରଏଫର କର୍ମଚାରୀ ଯୋଗ ଦେଇ ବନ୍ୟା ସମୟର ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ।

By amfnews

Related Post