Sat. Nov 23rd, 2024

ଏଣିକି ହେବ ନାହିଁ କ୍ୟାନସର ଜନିତ ମୃତ୍ୟୁ, ଛତିଶଗଡ ଯୁବତୀ ପ୍ରସ୍ତୁତ କଲେ ଔଷଧ

By Naresh Kumar Jul 14, 2018 #Featured
341 Views

ଋାୟପୁର, ଜୁଲାଇ ୧୪ :

କ୍ୟାନସର ଏପରି ଏକ ରୋଗ ଯାହାର ନାମ ଶୁଣିବା ମାତ୍ରେ ମନରେ ଏକ ଭୟ ସୃଷ୍ଟି ହୁଏ । ଦୁନିଆରେ ପ୍ରତିବର୍ଷ ଲକ୍ଷାଧିକ ଲୋକଙ୍କ ମୃତ୍ୟୁର କାରଣ ହେଉଛି କ୍ୟାନସର । କେବଳ ଭାରତରେ କ୍ୟାନସରରେ ପ୍ରତିବର୍ଷ ୧୦ ଲକ୍ଷ ଲୋକ ମୃତ୍ୟୁବରଣ କରିଥାନ୍ତି ।  ଏହାର ପ୍ରମୁଖ କାରଣ ହେଉଛି ସଚେତନତାର ଅଭାବ । ଜଣେ କ୍ୟାନସର ଆକ୍ରାନ୍ତର ଚିକିତ୍ସା କରିବାରେ ବିଳମ୍ବ କଲେ ମୃତ୍ୟୁ ସୁନିଶ୍ଚିତ । କିନ୍ତୁ ବର୍ତମାନ ଭୟ କରିବାର କିଛି କାରଣ ନାହିଁ । କାରଣ ଛତିଶଗଡର ଜଣେ ଯୁବତୀ ଏହି ଦୂରାରୋଗର ଔଷଧ ପାଇଛନ୍ତି ।

ଋାୟପୁରରେ ରହୁଥିବା ମମତା ତ୍ରିପାଠୀ କ୍ୟାନସରର ଔଷଧ ଖୋଜି ପାଇବାରେ ସଫଳ ହୋଇଛନ୍ତି । ସେ ଦାବି କରିଛନ୍ତି କି, ଏହି ଔଷଧଦ୍ୱାରା କ୍ୟାନସର ରୋଗକୁ ୭୦ରୁ ୮୦ ପ୍ରତିଶତ ପର୍ଯ୍ୟନ୍ତ  ଭଲ କରାଯାଇ ପାରିବ ।  ସେ କହିଛନ୍ତି କି ଏହି ଔଷଧକୁ ପ୍ରଥମେ ଲ୍ୟାବରେ ଟେଷ୍ଟ୍ କରାଯାଇଛି । ପରେ ଏହାକୁ ମୁଷାଙ୍କ ଉପରେ ପ୍ରୟୋଗ କରାଯିବ ଏବଂ ସଫଳ ହେବା ପରେ ଏହାକୁ ମନୁଷ୍ୟଙ୍କ ଉପରେ ପ୍ରୟୋଗ କରାଯିବ । ଏହି ଔଷଧକୁ ପ୍ରସ୍ତୁତ କରିବା ପାଇଁ ୪ରୁ ୫ ବର୍ଷ ଲାଗିଥିବା ମମତା କହିଛନ୍ତି ।

ସୂଚନାନୁଯାୟୀ, ନିକଟରେ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ସୋନାଲି ବିନ୍ଦ୍ରେଙ୍କୁ କ୍ୟାନସର ହୋଇଥିବା ନେଇ ଖବର ଆସିଥିଲା । ତାଙ୍କର ନ୍ୟୁୟର୍କରେ ଚିକିତ୍ସା କରାଯାଉଛି । ଏହା ସହ ଅଭିନେତା ଇମ୍ରାନ ଖାନ ମଧ୍ୟ କ୍ୟାନସରରେ ପୀଡିତ ଅଛନ୍ତି । ତାଙ୍କର ଲଣ୍ଡନରେ ଚିକିତ୍ସା ଚାଲିଛି । ଏହା ବାଦ୍ ଅନେକ ବଲିଉଡ୍ ଷ୍ଟାର୍ ଏବଂ ଖେଳାଳି କ୍ୟାନସରରେ ମୃତ୍ୟୁବରଣ କରିଛନ୍ତି  ।

Related Post