Thu. Jan 23rd, 2025

ଏଣିକି ଦୋକାନରେ ଡଷ୍ଟବିନ ନ ରହିଲେ କରାଯିବ ସିଲ୍- ବିଏମସି

By amfnews Dec 25, 2020 #Featured
183 Views

ଭୁବନେଶ୍ବର, ଡିସେମ୍ବର ୨୫ : ରାଜଧାନୀ ଭୁବନେଶ୍ବରେ ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି  । ତେଣୁ ବିଏମସି ପକ୍ଷରୁ ସ୍ବଚ୍ଛତାକୁ ବେଶି ପ୍ରାଧାନ୍ୟ ଦିଆଯାଉଛି । ସମସ୍ତ ଦୋକାନ ଓ ବ୍ୟାବସାୟିକ ପ୍ରତିଷ୍ଠାନ ପାଇଁ ଦୁଇଟି ଡଷ୍ଟବିନ ରଖିବା ବାଧ୍ୟତାମୂଳକ ବୋଲି କୁହାଯାଇଛି ।

ପରିମଳ ନେଇ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହେଉଥିବା ବେଳେ ବିଏମସି ପକ୍ଷରୁ କୁହାଯାଇଛି ଯେ, ଯେଉଁମାନେ ଦୋକାନରେ ଦୁଇଟି ଡଷ୍ଟବିନ ରଖିବା ନିଷ୍ପତ୍ତିକୁ ଅବମାନନା କରିବେ । ସେମାନଙ୍କ ଦୋକାନ ସିଲ କରାଯିବ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ।

ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନକୁ ଜୈବ ବର୍ଜ୍ୟ ଓ ଅଜୈବ ବର୍ଜ୍ୟ ପାଇଁ ଦୁଇଟି ଡଷ୍ଟବିନ ରଖିବାକୁ ହେବ । ଏ ନେଇ ଆସନ୍ତା ତିନିଦିନ ଡାକବାଜି ଯୋଗେ ପ୍ରକାଶ କରାଯିବ ବୋଲି ସେ କହିଛନ୍ତି । ଆସନ୍ତା ୨୮ ତାରିଖରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯିବ । ଯିଏ ଡଷ୍ଟବିନ ରଖି ନଥିବେ ତାଙ୍କ ଦୋକାନ ସିଲ କରାଯାଇ ଜରିମାନା ଆଦାୟ କରାଯିବ । ଉଠାଦୋକାନୀ ହୋଇଥିଲେ ଉଚ୍ଛେଦ ସହ ଜରିମାନା ଆଦାୟ କରାଯିବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି ।

By amfnews

Related Post