Sat. Nov 23rd, 2024

ଏଣିକି ଦିଲ୍ଲୀର ସବୁ ମୋହଲ୍ଲା କ୍ଲିନିକରେ ହେବ କରୋନା ନମୁନା ପରୀକ୍ଷା

By amfnews Sep 12, 2020 #Featured
319 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୨  : ଦିଲ୍ଲୀରେ ଏଣିକି ମୋହଲ୍ଲା କ୍ଲିନିକରେ ମଧ୍ୟ କରୋନା ନମୁନା ପରୀକ୍ଷା ହେବ । ଏବେ ସୁଦ୍ଧା ୩୦୦ଟି ସ୍ଥାନରେ କରୋନା ପରୀକ୍ଷା ହେଉଛି । ଏଥିରେ ଦିଲ୍ଲୀ ସରକାରଙ୍କ ସବୁ ହସ୍ପିଟାଲ ଓ ଡିସପେନସରୀ ସାମିଲ ରହିଛି । ଏବେ ପୁଣି ଏହି କ୍ରମରେ ମୋହଲ୍ଲା କ୍ଲିନିକକୁ ଯୋଡ଼ି ଦିଆଯାଇଛି ।

ଦିଲ୍ଲୀରେ ୪୫୦ ମୋହଲ୍ଲା କ୍ଲିନିକ ଅଛି, ଯେଉଁଠାରେ ଯାଂଚ ଆରମ୍ଭ କରିବା ଯୋଜନା ହୋଇଛି । ଗୁରୁବାର ଡିଜିଏଚଏସ ତରଫରୁ ସମସ୍ତ ସିଡିଏମଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ମୋହଲ୍ଲା କ୍ଲିନିକରେ ରାପିଡ ଆଣ୍ଟିଜେ ଟେଷ୍ଟ ଆରମ୍ଭ କରାଯାଉ । ଏହା ଦ୍ୱାରା ଦିଲ୍ଲୀବାସୀ ନିଜ ଅଂଚଳରେ କରୋନା ନମୁନା ପରୀକ୍ଷା କରାଇପାରିବେ ।

ସରକାରଙ୍କ ଆଦେଶ ଅନୁସାରେ ମୋହଲ୍ଲା କ୍ଲିନିକରେ ଅପରାହ୍ନ ୨ଟାରୁ ୫ଟା ସୁଦ୍ଧା କୋଭିଡ-୧୯ ପରୀକ୍ଷା କରାଯାଇପାରିବ । ଆଦେଶ ଅନୁସାରେ ମୋହଲ୍ଲା କ୍ଲିନିକଟରେ ଯାଂଚ କରିବାକୁ ଚାହୁଁଥିବା ଲୋକଙ୍କୁ ରିପୋର୍ଟ ଆଇସିଏମଆର ପୋର୍ଟାଲରେ ପଂଜୀକରଣ କରିବାକୁ ହେବ । ପ୍ରତି ରୋଗୀର ଯାଂଚରେ ମୋହଲ୍ଲା କ୍ଲିନିକର ଡାକ୍ତରଙ୍କୁ ୩୦ ଟଙ୍କା, ମୋହଲ୍ଲା କ୍ଲିନିକର ସହଯୋଗୀଙ୍କୁ ୩୦ ଟଙ୍କା, ଫାର୍ମାସିଷ୍ଟଙ୍କୁ ୧୫ଟଙ୍କା, ମଲ୍ଟି ଟାକ୍ସ ୱାର୍କରଙ୍କୁ ୧୫ ଟଙ୍କା ଏବଂ ଡାଟା ଅପରେଟରଙ୍କୁ ୧୦ ଟଙ୍କା ପେମେଣ୍ଟ କରାଯିବ ।

By amfnews

Related Post