Sat. Apr 19th, 2025

ଏଣିକି ଘରେ ବସି ଖାଇ ପାରିବେ ବାବା କା ଢାବା ର ଖାଦ୍ୟ, ଅନଲାଇନ ଖାଦ୍ୟ ଡେଲିଭେରୀ ପାଇଁ ଆଗେଇ ଆସିଲା ଜୋମାଟେ

By amfnews Oct 9, 2020 #Featured
220 Views

ନୂଆଦିଲ୍ଲୀ, ଅକ୍ଟୋବର ୦୯  : କିଛି ଦିନ ପୂର୍ବରୁ ନିଜ ବେପାର ପାଇଁ ସଂଘର୍ଷ କରୁଥିବା ଦିଲ୍ଲୀର ବାବା କା ଢାବା ବର୍ତ୍ତମାନ ସାରା ଦେଶରେ ସୋସିଆଲ ମିଡିଆ କାରଣରୁ ପ୍ରସିଦ୍ଧି ଲାଭ କରିସାରିଲାଣି । ବେପାର ପାଇଁ ସଂଘର୍ଷ କରୁଥିବା 80 ବର୍ଷୀୟ ବୃଦ୍ଧ ଦମ୍ପତିଙ୍କୁ ସାହାର୍ଯ୍ୟ କରିବା ପାଇଁ ସମଗ୍ର ଭାରତ ବର୍ତ୍ତମାନ ଆଗେଇ ଆସିଛି, ତେବେ ଏହା ମଧ୍ୟରେ ଆଉ ଏକ ଖୁସି ଖବର ମଧ୍ୟ ଆସିଛି ବାବା କା ଢାବା କୁ ସାହାର୍ଯ୍ୟ କରିବା ପାଇଁ ବର୍ତ୍ତମାନ ଅନଲାଇନ ଖାଦ୍ୟ ବିତ୍ତରଣ କମ୍ପାନୀ ଜୋମାଟେ ମଧ୍ୟ ଆଗକୁ ଆସିଛି । ଦିଲ୍ଲୀର ବାବା କା ଢାବା ବର୍ତ୍ତମାନ ଜୋମାଟୋରେ ତାଲିକାଭୁକ୍ତ ହୋଇଯାଇଛି | ଲୋକମାନେ ଘରେ ବସି ବାବା କା ଢାବା ଠାରୁ ଖାଦ୍ୟ ଅର୍ଡର କରିପାରିବେ । ଜୋମାଟୋ ଗୁରୁବାର ରାତିରେ ଟ୍ୱିଟ୍ କରି ଏ ବିଷୟରେ ସୂଚନା ଦେଇଛି ।

ଦିଲ୍ଲୀର ମାଲବ୍ୟ ନଗରର କୋନା ମାର୍କେଟ ନିକଟରେ ‘ବାବା କା ଢାବା’ ଚଳାଉଥିବା କାନ୍ତ ପ୍ରସାଦଙ୍କୁ ସାହାଯ୍ୟ କରିବା ପାଇଁ ଦିଲ୍ଲୀବାସୀ ବର୍ତ୍ତମାନ ଆଗେଇ ଆସିଛନ୍ତି । ଦିନେ ଗ୍ରାହକଙ୍କୁ ଅପେକ୍ଷା କରି କରି କାନ୍ଦି ପକାଉଥିବା ବୃଦ୍ଧ କାନ୍ତ ପ୍ରସାଦଙ୍କୁ ବର୍ତ୍ତମାନ ଏତେ ଗ୍ରାହକଙ୍କୁ ଖାଇବାକୁ ଦେବା ପାଇଁ ଅସମର୍ଥ ହୋଇପଡୁଛନ୍ତି ।

ବୃଦ୍ଧ କାନ୍ତ ପ୍ରସାଦଙ୍କ ଆଖିରୁ ବର୍ତ୍ତମାନ ଆନନ୍ଦଅଶ୍ରୁ ଝରିପଡୁଛି ଏତେ ଗ୍ରାହକମାନଙ୍କୁ ଦେଖି ଆଖିରେ ଖୁସିର ଲୁହ ଓ ସ୍ନେହ ସହିତ ସେ ଗ୍ରାହକ ମାନଙ୍କୁ ଖାଦ୍ୟ ପରିବେଷଣ କରୁଛନ୍ତି |

ସୂଚନାଯୋଗ୍ୟ ଯେ କିଛି ଦିନ ତଳେ କିଛି ଯୁବକ ବାବା କା ଢାବାକୁ ଆସିଥିଲେ | ଏହା ପରେ ସେ କାନ୍ତ ପ୍ରସାଦଙ୍କ ସମସ୍ୟା କଥା ଶୁଣି ତାହାକୁ ସାମାଜିକ ଗଣମାଧ୍ୟମରେ ଲୋକମାନଙ୍କୁ ଜଣାଇଥିଲେ ଏହା ପରେ ଏହି ଭିଡିଓ ସମଗ୍ର ଦେଶରେ ନିଆଁ ପରି ବ୍ୟାପିଯାଇଥିଲା ।

By amfnews

Related Post