Sun. Mar 8th, 2026

ଏଣିକି ଆପ୍‌ରୁ ମିଳିବ ଅମରନାଥ ଯାତ୍ରାର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୂଚନା

464 Views

ଶ୍ରୀନଗର: ଅମରନାଥ ଯାତ୍ରା କରିବା ପାଇଁ ଯୋଜନା କରୁଥିବା ତୀର୍ଥଯାତ୍ରୀଙ୍କ ପାଇଁ ଖୁସି ଖବର। ‘ଶ୍ରୀ ଅମରନାଥଜି ସାଇନ ବୋର୍ଡ’ ଏକ ନୂଆ ମୋବାଇଲ୍‌ ଆପ୍‌ ଲଞ୍ଚ କରିଛି। ଅମରନାଥ ଯିବାକୁ ଥିବା ଶ୍ରଦ୍ଧାଳୁଙ୍କ ପାଇଁ ଏହି ଆପ୍‌କୁ ଇଲୋକ୍ଟ୍ରିନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ, ସରକାରଙ୍କ ରାଷ୍ଟ୍ରୀୟ ଇ ଗଭର୍ନସ ଡିଭିଜନ୍‌ (ଏନ୍‌ଇଜିଡି) ଦ୍ୱାରା ଡିଜାଇନ୍‌ ଓ ବିକଶିତ କରାଯାଇଛି।

‘ଶ୍ରୀ ଅମରନାଥଜି ସାଇନ୍‌ ବୋର୍ଡ’ ଅଧିକାରୀଙ୍କ କହିବାନୁସାରେ, ଏହି ଆପ୍‌ ଜରିଆରେ ଅମରନାଥ ଯାତ୍ରା କରିବାକୁ ଥିବା ଲୋକଙ୍କୁ ଅନେକ ସବୁିଧା ମିଳିବ। ଏହି ଆପ୍‌ ଜରିଆରେ ସମସ୍ତ ସୂଚନା ଉପଲବ୍ଧ ହେବ। ଫଳରେ ଅମରନାଥ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କୁ କୌଣସି ପ୍ରକାର ଅସୁବିଧା ହେବ ନାହିଁ।

ସାଇନ୍‌ ବୋର୍ଡ ପ୍ରବକ୍ତାଙ୍କ କହିବାନୁସାରେ, ଏହି ଆପ୍‌ ଯାତ୍ରୀଙ୍କୁ ନିଜ ଯାତ୍ରାର ଯୋଜନା ବନାଇବା,ପବିତ୍ର ସାଇନ୍‌ ଗୁମ୍ଫାରେ ଉପଲବ୍ଧ ସୁବିଧା, ପାଣିପାଗର ଭବିଷ୍ୟବାଣୀ, କେମିତି ପହଞ୍ଚିବେ, କ’ଣ କରିବେ କ’ଣ ନକରିବେ, ସ୍ୱାସ୍ଥ୍ୟ ସୂଚନା ଏଭଳି ମହତ୍ତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିବ। କେବଳ ଏତିକି ନୁହେଁ ଆପ୍‌ ଦ୍ୱାରା ଯାତ୍ରୀଙ୍କୁ ଅନ୍‌ଲାଇନ୍‌ ଟିକେଟ ବୁକିଂ ପାଇଁ ବି ଲିଙ୍କ୍‌ ମିଳିବ। ଏତଦ୍‌ ବ୍ୟତୀତ ଏସ୍‌ଓଏସ୍‌ କଲ୍‌ ଆଲର୍ଟ ସିଷ୍ଟମ ପାଇଁ ଓ ଯାତ୍ରୀଙ୍କୁ ଟ୍ରାକ୍‌ କରିବା ପାଇଁ ବି ଏହି ଆପ୍‌କୁ ବ୍ୟବହାର କରାଯିବ।

ଯାତ୍ରୀ ଏହି ଆପ୍‌କୁ ଗୁଗୁଲ ପ୍ଲେ ଷ୍ଟୋରରୁ ଡାଉନ୍‌ଲୋଡ କରି ପାରିବେ। ଯେଉଁଠାରେ ‘ଶ୍ରୀ ଅମରନାଥଜି ଯାତ୍ରା’’, Meity ନାମ ଉପଲବ୍ଧ ଥିବ। ଏହି ଆପ୍ଲିକେସନ୍‌କୁ MeITY, GOIର ଅଫିସିଆଲ୍‌ ହ୍ୟାଣ୍ଡେଲ ମାଧ୍ୟମରେ ଅପଲୋଡ କରାଯାଇଛି।

By amfnews

Related Post