Tue. Mar 10th, 2026

ଏଚ୍‌ଆରପିସି ଆଇଜିଙ୍କ ଅଫିସ୍ ଆଗରେ ଝୁଲିଲା ଲଟ୍‌କା

197 Views

ଭୁବନେଶ୍ୱର : ଏଚ୍‌ଆରପିସି ଆଇଜିଙ୍କ ଅଫିସ୍ ଆଗରେ ଝୁଲୁଛି ଲଟ୍‌କା। ରାଜ୍ୟ ପୁଲିସ୍‌ ବିଭାଗର ଆଇଜି ପାହ୍ୟାରେ କାର୍ଯ୍ୟରତ ଏନ୍.ବି. ଭାରତୀଙ୍କ ଅଫିସ୍ ସାମ୍ନାରେ ଝୁଲୁଛି ଲଟ୍‌କା। ଭାରତୀ ଗୃହ ବିଭାଗର ନୋଟିସ୍ ଗ୍ରହଣ ନକରିବା ଏବଂ ସେହି ନୋଟିସ୍ ତାଙ୍କୁ କୌଣସି ସ୍ଥାନରେ ବି ଦିଆଯାଇ ନପାରିବା ଯୋଗୁଁ କଟକ ବକ୍ସିବଜାରସ୍ଥିତ ପୁଲିସ୍‌ ମୁଖ୍ୟାଳୟ ପରିସରରେ ଥିବା ତାଙ୍କ ଅଫିସ୍ ସାମ୍ନାରେ ଲଟ୍‌କା ଝୁଲାଇ ଦିଆଯାଇଛି ।

ବିଶୃଙ୍ଖଳିତ ଆଚରଣ ପାଇଁ ଭାରତୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ନୋଟିସ୍‌ରେ ଉଲ୍ଲେଖ ରହିଛି । ଭାରତୀଙ୍କ ବିରୋଧରେ ୨୦୧୭ରେ ବିଶୃଙ୍ଖଳିତ ଆଚରଣକୁ ନେଇ ରହିଥିବା ଅଭିଯୋଗ ସମ୍ପର୍କରେ ତାଙ୍କୁ ଅବଗତ କରାଯାଇ ଲିଖିତ ଜବାବ ଦାଖଲ ପାଇଁ ମାସେ ସମୟ ଦିଆଯାଇଥିଲା । କିନ୍ତୁ ସେ ଜବାବ ଦାଖଲ କରିନଥିବା ବେଳେ ତାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ ତଥ୍ୟ ରଖିବାକୁ ଆଉ ଏକ ସପ୍ତାହ ସମୟ ଦିଆଯାଇଥିଲା ।

ସେତେବେଳେ ଭାରତୀ ଡିଆଇଜି ପାହ୍ୟାରେ କାର୍ଯ୍ୟ କରୁଥିଲେ। ଏହି ଅଭିଯୋଗର ତଦନ୍ତ ଦାୟିତ୍ୱ ତତ୍କାଳୀନ ପୁଲିସ୍‌ ମୁଖ୍ୟାଳୟ ଏଡିଜି ବିନୟତୋଷ ମିଶ୍ରଙ୍କୁ ଦିଆଯାଇଥିଲା। କିନ୍ତୁ ଭାରତୀଙ୍କ ପକ୍ଷରୁ କୌଣସି ଜବାବ ରଖାଯାଇନଥିଲା। ତେଣୁ ଏଭଳି ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କ ବିରୋଧରେ ପ୍ରକ୍ରିୟା ଆରମ୍ଭ ହୋଇଥିବା ଗୃହ ବିଭାଗ ନୋଟିସ୍‌ରେ ଲେଖିଛି ।

By amfnews

Related Post