Mon. Jun 9th, 2025

ଏକ୍ସର୍‌ସାଇଜ୍‌ ପିଚ୍‌ ବ୍ଲାକ୍‌: ୯୦ ମିନିଟ୍‌ ମଧ୍ୟରେ ଅଷ୍ଟ୍ରେଲିଆ ଆକାଶରେ ଉଡ଼ିଲା ୬୦ଟି ଜେଟ୍‌ ବିମାନ; ଭାରତୀୟ ବାୟୁସେନା ସାମିଲ

By amfnews Aug 9, 2018 #Featured
318 Views

ନୂଆଦିଲ୍ଲୀ: ‘ଏକ୍ସର୍‌ସାଇଜ୍‌ ପିଚ୍‌ ବ୍ଲାକ୍‌’ର ଅଂଶ ଭାବେ ଅଷ୍ଟ୍ରେଲିଆର ଏକ ବିମାନଘାଟିରୁ ମାତ୍ର ୯୦ ମିନିଟ୍‌ ଭିତରେ ୬୦ଟି ଜେଟ୍‌ ବିମାନ ଉଡ଼ାଣ ଆରମ୍ଭ କରି ଆକାଶରେ ଏକ ଅପୂର୍ବ ଦୃଶ୍ୟ ସୃଷ୍ଟି କରିଛନ୍ତି। ଏହି ଗଣବିମାନ ଉଡ଼ାଣରେ ଭାଗ ନେଇଥିଲେ ଫାଷ୍ଟ୍‍-ଜେଟ୍‌, ମୋବିଲିଟି, ଏବଂ ଆକାଶରେ ଉଡ଼ନ୍ତା ଅବସ୍ଥାରେ ଇନ୍ଧନ ଭରି ହେଉଥିବା ବିମାନ।

ଏହି ଜେଟ୍‌ ବିମାନ ସବୁ ଅଷ୍ଟ୍ରେଲୀୟ ବାୟୁସେନା, ଭାରତୀୟ ବାୟୁସେନା, ଇଣ୍ଡୋନେସୀୟ ବାୟୁସେନା, ସିଙ୍ଗାପୁର ବାୟୁସେନା, ଯୁକ୍ତରାଷ୍ଟ୍ର ଆମେରିକା ବାୟୁସେନା, ଫରାସୀ ବାୟୁସେନା, ରୟଲ୍‌ ମାଲେସିଆ ବାୟୁସେନା ଏବଂ ଥାଇ ବାୟୁସେନାର।

ଶତ୍ରୁପକ୍ଷ ବିମାନକୁ ଆକ୍ରମଣ କରିବା ଓ ଅନୁସରଣ କରିବା ଅଭ୍ୟାସ ‘ଏକ୍ସର୍‌ସାଇଜ୍‌ ପିଚ୍‌ ବ୍ଲାକ୍‌’ରେ ରୟଲ୍‌ ଅଷ୍ଟ୍ରେଲୀୟ ବାୟୁସେନାର ଏୟାର୍‌ ବ୍ୟାଟ୍‌ଲ୍‌ ମ୍ୟାନେଜର୍‌ଙ୍କ ସହ ଯୋଗ ଦେଇଥିଲେ ଭାରତ, ଜର୍ମାନି ଏବଂ କାନାଡ଼ାର କଣ୍ଟ୍ରୋଲ୍‌ର୍‌ମାନେ।

‘ଆର୍‌ଏଏଏଫ୍‌’ର ବେସ୍‌ ଡାର୍‌ଓ୍ଵିନ୍‌ ଠାରେ ସିପିଙ୍ଗ୍‌ କଣ୍ଟେନର୍‌ ଆକାରର କ୍ୟାବିନ୍‌ରେ ଏକତ୍ର ବସି ସ୍କ୍ରିନ୍‌ରେ ଏୟାର୍‌ ବ୍ୟାଟ୍‌ଲ୍‌ ମ୍ୟାନେଜର୍‌ମାନେ ଅଭ୍ୟାସ ଅଞ୍ଚଳରେ ଉଡୁଥିବା ନିଜ ନିଜ ଦେଶ ବିମାନର ଟ୍ରାକ୍‌ ରଖିଥିଲେ।

୨୦୧୮ ‘ଏକ୍ସର୍‌ସାଇଜ୍‌ ପିଚ୍‌ ବ୍ଲାକ୍‌’ରେ ୧୬ ଦେଶ ଭାଗ ନେଇଛନ୍ତି।

By amfnews

Related Post