ଭୁବନେଶ୍ବର, ଜାନୁଆରୀ ୧୧ : ଭୁବନେଶ୍ବରରେ ଆଇଆଇଟି କ୍ୟାମ୍ପସ୍ରେ େଗାଟିଏ ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବିଡ଼ତାର ଫଟୋ କେବଳ ରାଜ୍ୟ ନୁହେଁ, ଜାତୀୟ ରାଜନୀତିରେ ମଧ୍ୟ ହଇଚଇ ସୃଷ୍ଟି କରିଥିଲା। ପ୍ରଧାନମନ୍ତ୍ରୀଙ୍କର ମନୋଭାବ ନବୀନଙ୍କ ପ୍ରତି ଏବେ ବି ଅପେକ୍ଷାକୃତ ନରମ ରହିଛି। ବରଂ ଆଉ ଦୁଇ ପାଦ ଆଗକୁ ଯାଇ ଖୋଦ୍ ପ୍ରଧାନମନ୍ତ୍ରୀ ଆଜି ନୂଆଦିଲ୍ଲୀରେ ବାଜପେୟୀଙ୍କ ଏନ୍ଡିଏ ସମୟର ସହଯୋଗୀଙ୍କ ପାଇଁ ଦ୍ବାର େଖାଲା ଅଛି େବାଲି ସୂଚନା େଦଇ ପରୋକ୍ଷରେ ବିେଜଡି ପ୍ରତି ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ହେଲେ ଆସନ୍ତା ୧୫ ତାରିଖରେ େମାଦୀ ବଲାଙ୍ଗୀର ଆସୁଥିବା ବେଳେ ସେଦିନ ମଧ୍ୟ ଭୁବନେଶ୍ବରରେ ଚାଷୀ ସମାବେଶ କରିବା ଲାଗି ନିଷ୍ପତ୍ତି େନଇଛନ୍ତି ସରକାର। େଯଉଁ ସମୟରେ ବଲାଙ୍ଗୀରରେ େମାଦୀ ପଶ୍ଚିମ ଓଡ଼ିଶା ପାଇଁ କାର୍ଡ େଖଳିବେ, ଠିକ୍ ସେହି ସମୟରେ ନବୀନ ଭୁବନେଶ୍ବରରେ ପଶ୍ଚିମ ଓଡ଼ିଶାର ମୁଖ୍ୟ ପ୍ରସଙ୍ଗ ଚାଷ ଓ ଚାଷୀ ପ୍ରସଙ୍ଗକୁ ନେଇ ସମାବେଶ କରିବାର କାର୍ଯ୍ୟକ୍ରମ ରହିଛି।
ରାଜଧାନୀରେ ରାଜ୍ୟ ସରକାରଙ୍କ ସମାବେଶ
ଏଥର ମୁକାବିଲା ପାଇଁ ଚାଷୀ କାର୍ଡ
ଉଲ୍ଲେଖଯୋଗ୍ୟ, ଗତ ୨୬ ତାରିଖ ବିେଜଡି ପ୍ରତିଷ୍ଠା ଦିବସଠାରୁ ଏବେଯାଏ ନବୀନଙ୍କ ପ୍ରତିଟି କୌଶଳକୁ ନିେରଖି ଦେଖିଲେ, େଗାଟିଏ କଥା ସ୍ପଷ୍ଟ େହାଇଯାଉଛି େଯ ନବୀନ େକନ୍ଦ୍ର ବିେରାଧରେ ହଠାତ୍ ଆକ୍ରମଣାତ୍ମକ ଅଭିଯାନ େଜାର କରିଛନ୍ତି। ପ୍ରତିଷ୍ଠା ଦିବସରେ ସିଧା ସିଧା କେନ୍ଦ୍ର ବିେରାଧରେ ଅଭିେଯାଗର ପାହାଡ଼ ଲଦି ଜବାବ ମାଗିଥିଲେ। ୨୪ ତାରିଖ େଖାର୍ଧା ଭାଷଣ ସଂପର୍କରେ ନିଜେ ଚିଠି ଲେଖି ନବୀନ ଜଣାଇଥିଲେ େଯ ପ୍ରଧାନମନ୍ତ୍ରୀଙ୍କ ତଥ୍ୟ ସତ୍ୟ ଉପରେ ଆଧାରିତ ନୁେହଁ। କେବଳ ସେତିକି ନୁହେଁ, ସଂସଦରେ ତିନି ତଲାକ୍ ବିଲକୁ ବିେରାଧ, ନୂଆଦିଲ୍ଲୀରେ ଚାଷୀ ସମାବେଶ କରି ପ୍ରଧାନମନ୍ତ୍ରୀଙ୍କ ଗଡରେ େଦଶକୁ ଜଣାଇଥିେଲ େଯ ବିଜେପି ଯାହା ପ୍ରତିଶ୍ରୁତି େଦଉଛି, ତାହା ପୂରଣ କରୁନାହିଁ।
ଅନ୍ୟପକ୍ଷରେ ପିପିଲି ଗଣଦୁଷ୍କର୍ମ ମାମଲାରେ ପ୍ରଧାନମନ୍ତ୍ରୀ ଠାରିଦେଲେ େବାଲି ମୁଖ୍ୟମନ୍ତ୍ରୀ ନିଜ କ୍ୟାବିେନଟର ବରିଷ୍ଠ ମନ୍ତ୍ରୀଙ୍କୁ ଇସ୍ତଫା ଦେବା ଲାଗି ରାସ୍ତା େଖାଲି ଦେଇଥିଲେ। ଏଭଳି ଏକ ସ୍ଥିତିରେ ଆସନ୍ତା ୧୫ ତାରିଖରେ େମାଦୀଙ୍କ ଗସ୍ତ, ଭାଷଣ ଏବଂ ଭୁବନେଶ୍ବରରେ ନବୀନଙ୍କ ସଭାର ଗୁରୁତ୍ବ ବଢିଯାଇଛି। ଚାଷୀପ୍ରସଙ୍ଗକୁ ନେଇ ଉଭୟ ଆଗକୁ କି ରଣନୀତି ଆପଣାଉଛନ୍ତି, ଏହାକାହାକୁ ଲାଭ ଦାୟକ ହେବ, ତାହା େଦଖିବା କଥା। ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀଙ୍କ ୨୪ ତାରିଖ ଓ ୬ ତାରିଖ ଗସ୍ତରେ ରାଜ୍ୟ େନତାମାେନ ମୁଖ୍ୟମନ୍ତ୍ରୀ ଓ ବିଜେଡି ବିେରାଧରେ ଗର୍ଜନ ତର୍ଜନ କରୁଥିଲେ ହେଁ, ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ସେସବୁ ସ୍ଥାନ ପାଉନାହିଁ। ବରଂ ଗତ ସଭାରେ େମାଦୀ କଂଗ୍ରେସ ଟାର୍ଗେଟ କରି ଗର୍ଜନ ତର୍ଜନ କରିଛନ୍ତି।