Sun. Mar 8th, 2026

ଋଣଦାତା ସ୍କୁଟର ଛଡ଼ାଇ ନେବାରୁ ଏହି ପଦକ୍ଷେପ ନେଲେ ଯୁବକ!

181 Views

ନୂଆଦିଲ୍ଲୀ: ପୁଣି ଦେଶର ରାଜଧାନୀରେ ଆତ୍ମହତ୍ୟାର ଏକ ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ ୧୮ ବର୍ଷୀୟ ମୋହିତ ଯୋଗୀ ଆତ୍ମହତ୍ୟା କରିଛନ୍ତି। ମୋହିତ ଜଣେ ବ୍ୟକ୍ତିଙ୍କଠାରୁ ୫ ହଜାର ଟଙ୍କା କରଜ ନେଇଥିଲେ। କିନ୍ତୁ ସେ ସେହି ଟଙ୍କା ଶୁଝି ପାରୁନଥିଲେ।

ଋଣ ଦେଇଥିବା ବ୍ୟକ୍ତି ମୋହିତଙ୍କୁ ପୁଣିଥରେ ଟଙ୍କା ଫେରାଇବା ଲାଗି ତାଗିଦ୍‌ କରିବା ବେଳେ ଉଭୟଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା। ତା’ପରେ ମୋହିତଙ୍କଠାରୁ ତାଙ୍କର ସ୍କୁଟରଟି ଛଡ଼ାଇ ନେଇଯାଇଥିଲେ ଋଣଦାତା। ଏଥିରେ ଲଜ୍ଜିତ ହୋଇ ମୋହିତ ଆତ୍ମହତ୍ୟା କରିଥିବା ଜଣାଯାଇଛି।

ଏହି ଘଟଣା ସଂପର୍କରେ ମୋହିତଙ୍କ ଘର ଲୋକ ଥାନାରେ ଅଭିଯୋଗ କରିବାକୁ ରାଜି ହେଉ ନଥିିବା କୁହାଯାଉଛି। ଏହାର କାରଣ ହେଲା ଋଣ ଦାତା ତାଙ୍କ ଗାଆଁର ଜଣେ ପ୍ରଭାବଶାଳୀ ବ୍ୟକ୍ତି। ମୃତକ ମୋହିତ ଯୋଗୀ ବିଳାସପୁରର ଅଧିବାସୀ। ସେ ନୋଏଡ଼ାର ଏକ କଂପାନିରେ କାମ କରୁଥିଲେ। ଇତିମଧ୍ୟରେ ମୃତକ ମୋହିତଙ୍କର ଶବ ସଂସ୍କାର କରାଯାଇଥିବା ଜଣାଯାଇଛି।

By amfnews

Related Post