Tue. Apr 29th, 2025

ଉଡ଼ନ୍ତା ବିମାନରୁ ମଳ ପକାଇଲେ ଏୟାର୍‌ଲାଇନ୍‌କୁ ୫୦ ହଜାର ଟଙ୍କା ଜରିମାନା ପଡ଼ିବ

By amfnews Sep 2, 2018 #Featured
269 Views

ନୂଆଦିଲ୍ଲୀ     :   ଉଡ଼ାନ୍ତା ବିମାନରୁ ମଳ ଫିଙ୍ଗିଲେ ୫୦ ହଜାର ଟଙ୍କା ଜରିମାନା ପଡ଼ିବ ବୋଲି ଅଗଷ୍ଟ ୩୦ ତାରିଖ ଦିନ ଏକ ମଧ୍ୟବର୍ତ୍ତୀକାଳୀନ ଆଦେଶନାମାରେ ଡିଜିସିଏର ନିର୍ଦେଶକ ଅମିତ ଗୁପ୍ତ କହିଛନ୍ତି। ନେସ୍‌ନାଲ୍‌ ଗ୍ରିନ୍‌ ଟ୍ରାଇବୁନାଲ୍‌ର ଆଦେଶରେ ଭାରତକୁ ଆସୁଥିବା ଏବଂ ଯାଉଥିବା ସମସ୍ତ ଏୟାର୍‌ଲାଇନ୍‌ସ୍‌ ଓ ବିମାନ ଚଳାଉଥିବା ଅନ୍ୟ କମ୍ପାନିଗୁଡ଼ିକ ପ୍ରତି ଏ ଭଳି ନିର୍ଦେଶନାମା ଜାରି କରିଛି ଡାଇରେକ୍ଟୋରେଟ୍‌ ଜେନେରାଲ୍‌ ଅଫ୍‌ ସିଭିଲ୍‌ ଏଭିଏସନ୍‌ ବା ଡିଜିସିଏ। ଏ ସମ୍ପର୍କରେ ଏଭିଏସନ୍‌ ରେଗୁଲେଟର୍‌ କହିଛି ଯେ ମଳ ଫିଙ୍ଗିବା ପାଇଁ ବିମାନ ଚଳାଇ କୁଆଡ଼େ ଯିବା ଅସମ୍ଭବ ବ୍ୟାପାର। ଏହି ଆଦେଶନାମାର ସମୀକ୍ଷା କରିବାକୁ ଏଭିଏସନ୍‌ ରେଗୁଲେଟର୍‌ ଗ୍ରିନ୍‌ କୋର୍ଟରେ ଆବେଦନ କରିଛି।

ରିଭିୟୁ ପିଟିସନ୍‌ର ଚୂଡ଼ାନ୍ତ ରାୟ ଆସିବା ଯାଏଁ ଅବତରଣ ବା ଉଡ଼ାଣ କରିବା ସମୟରେ ବିମାନ ବନ୍ଦର ଆଖପାଖରେ ମଳ ନ ଫିଙ୍ଗିବା ପାଇଁ ଡିଜିସିଏ ସମସ୍ତ ଏୟାର୍‌ ଅପରେଟର୍‌ମାନଙ୍କୁ ନିର୍ଦେଶ ଦେଇଛି। ମାମଲା ବିଚାରାଧୀନ ଥିବାରୁ ଏହି ନିର୍ଦେଶାବଳୀକୁ ମଧ୍ୟବର୍ତ୍ତୀକାଳୀନ ଆଦେଶନାମା ବୋଲି ମାନିବାକୁ ପଡ଼ିବ।

ଏହାକୁ ଉଲ୍ଲଂଘନ କଲେ, ଏନ୍‌ଜିଟିଙ୍କ ୨୦ ଡିସେମ୍ବର ୨୦୧୬ ଆଦେଶ ଅନୁସାରେ, ପରିବେଷୀୟ କ୍ଷତିପୂରଣ ଆକାରରେ ପ୍ରତି ଥର ପାଇଁ ଏୟାର୍‌ ଅପରେଟର୍‌ଙ୍କୁ ୫୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ଆଦାୟ ଜରିମାନା ରାଶି ସେଣ୍ଟ୍ରାଲ୍‌ ପଲୁସନ୍‌ କଣ୍ଟ୍ରୋଲ୍‌ ବୋର୍ଡଙ୍କ ଖାତାରେ ଜମା କରାଯିବ।

ଦିଲ୍ଲୀ ଏୟାର୍‌ପୋର୍ଟର ରନ୍‌େଓ୍ଵର ଆପ୍ରୋଚ୍‌ ରୋଡ୍‌ରେ ଅବସ୍ଥିତ ବସନ୍ତକୁଞ୍ଜର ଜଣେ ବାସିନ୍ଦା ଦୁଇ ବର୍ଷ ତଳେ ଏନ୍‌ଜିଟିରେ ଅଭିଯୋଗ କରିଥିଲେ କି, ଅବତରଣ ପାଇଁ ଆସୁଥିବା ବିମାନ ସବୁ ତାଙ୍କ ଘର ଉପରେ ମଳ ଅଜାଡୁଛନ୍ତି।

By amfnews

Related Post