Sat. Mar 7th, 2026

ଉର୍ଜିତଙ୍କ ଇସ୍ତଫା ମାଗିନଥିଲୁ: ଜେଟ୍‌ଲି

336 Views

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଉର୍ଜିତ ପଟେଲ୍‌ଙ୍କୁ ଇସ୍ତଫା ଦେବାକୁ କୁହାଯାଇନଥିଲା ବୋଲି ଆଜି ‌କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି କହିଛନ୍ତି। ଏଜେଣ୍ଡା ଆଜ୍‌ ତକ୍‌ ନାମକ ଏକ କାର୍ଯ୍ୟକ୍ରମରେ ସେ ଏହା କହିଛନ୍ତି। ଉର୍ଜିତ ହଠାତ ନିଜର ଇସ୍ତଫା ଘୋଷଣା କରିଥିଲେ। ତାଙ୍କ ସ୍ଥାନରେ ଗୋଟିଏ ଦିନ ପରେ ଶକ୍ତିକାନ୍ତ ଦାସଙ୍କୁ ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ଭାବେ ସରକାର ନିଯୁକ୍ତି ଦେଇଥିଲେ। ତେଣୁ ସାଧାରଣରେ ଆଲୋଚନା ହୋଇଥିଲା ଯେ ଉର୍ଜିତଙ୍କ ଇସ୍ତଫା ଦେବା ପାଇଁ ସରକାର ଚାପ ପକାଇଥିଲେ। ଏହାକୁ ନେଇ ବିଭିନ୍ନ ମହଲରେ ସରକାରଙ୍କୁ ସମାଲୋଚନା କରାଯାଇଥିଲା।

By amfnews

Related Post