Sun. Jun 8th, 2025

ଉନ୍ନାଓ ଦୁଷ୍କର୍ମପୀଡ଼ିତା ଓ ତାଙ୍କର ପରିବାର ଲୋକଙ୍କୁ ଦିଲ୍ଲୀରେ ଘର ଯୋଗାଇବେ ଦିଲ୍ଲୀ ମହିଳା କମିସନ

By amfnews Sep 29, 2019 #Featured
170 Views

ନୂଆଦିଲ୍ଲୀ  : ଉତ୍ତର ପ୍ରଦେଶର ବହୁଚର୍ଚ୍ଚିତ ଉନ୍ନାଓ ଦୁଷ୍କର୍ମପୀଡ଼ିତା ଓ ତାଙ୍କର ପରିବାର ଲୋକଙ୍କୁ ଦିଲ୍ଲୀରେ କୌଣସି ଲୋକ ଘର ଦେବାକୁ ପ୍ରସ୍ତୁତ ହେଉନଥିବା ଜାଣିବାପରେ ପୀଡ଼ିତା ଓ ତାଙ୍କ ପରିବାରକୁ ଘର ଦେବାର ବ୍ୟବସ୍ଥା କରିବା ପାଇଁ ଅଦାଲତ ଦିଲ୍ଲୀ ମହିଳା କମିସନଙ୍କୁ ଦାୟିତ୍ୱ ଦେଇଛନ୍ତି । ଏଥିଲାଗି ଦିଲ୍ଲୀ ମହିଳା କମିସନଙ୍କୁ ଅଭିଯୋଗକାରିଣୀ ଓ ତାଙ୍କର ପରିବାର ରହିବା ପାଇଁ ବ୍ୟବସ୍ଥା କରାଇବାଲାଗି ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ ପୀଡ଼ିତାଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଓକିଲ ଧର୍ମେନ୍ଦ୍ର କୁମାର ମିଶ୍ରା ଜିଲ୍ଲା ଜଜ ଧର୍ମେଶ ଶର୍ମାଙ୍କୁ ଜଣାଇଥିଲେ କି ପୀଡ଼ିତାଙ୍କୁ କିଛି ଘର ମିଳିଥିଲା ,କିନ୍ତୁ ତାଙ୍କ ପଛରେ ଥିବା ଘଟରା ସଂପର୍କରେ ଜାଣିବା ପରେ ଘର ମାଲିକମାନେ ଘର ଦେବାକୁ ମନା କରିଥିଲେ ।

ପୀଡ଼ିତା ଓ ତାଙ୍କର ମା’ ଦିଲ୍ଲୀରେ ରହିବାକୁ ଆଗ୍ରହ ପ୍ରକାଶ କରିଥିଲେ , କାରଣ ଉତ୍ତରପ୍ରଦେଶର ବିଧାୟକ କୁଲଦୀପ ସିଂହ ସେଙ୍ଗଙ୍କ ବିରୋଧରେ ମକଦ୍ଦମା ଲଢ଼ୁଥିବା ଏହି ପୀଡ଼ିତା ଓ ତାଙ୍କର ପରିବାର ନିଜ ରାଜ୍ୟକୁ ଯିବା ପାଇଁ ଡରୁଛନ୍ତି ବୋଲି ଓକିଲ ଧର୍ମେନ୍ଦ୍ର କୁମାର ମିଶ୍ରା ଅଦାଲତରେ କହିଥିଲେ। ଏହାପରେ ଏହି ମାମଲାର ବିଚାର କରି ପୀଡ଼ିତା ଓ ତାଙ୍କ ପରିବାରକୁ ଘର ଦେବାର ବ୍ୟବସ୍ଥା କରିବା ପାଇଁ ଅଦାଲତ ଦିଲ୍ଲୀ ମହିଳା କମିସନଙ୍କୁ ଦାୟିତ୍ୱ ଦେଇଛନ୍ତି ।

By amfnews

Related Post