Sat. Mar 7th, 2026

ଉନ୍ନାଓ ଗଣଦୁଷ୍କର୍ମ-ହତ୍ୟା ନେଲା ନୂଆ ମୋଡ଼: ମୁଖ୍ୟ ଅଭିଯୁକ୍ତଙ୍କ ସହ ପୀଡ଼ିତାଙ୍କର ବିବାହ ହୋଇଥିଲା

417 Views

ଉନ୍ନାଓ: ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ପରେ ତାଙ୍କୁ ନେଇ ଏକ ବିରାଟ ବଡ଼ ତଥ୍ୟ ଖୁଲାସା ହୋଇଛି। ଘଟଣା ଏବେ ଭିନ୍ନ ମୋଡ଼ ନେଇଛି। ଜାଣିବାକୁ ମିଳିଛି ଯେ ଉନ୍ନାଓ ପୀଡ଼ିତାଙ୍କର ମୁଖ୍ୟ ଅଭିଯୁକ୍ତଙ୍କ ସହ ବିବାହ ଚୁକ୍ତି ହୋଇଥିଲା।

ମୁଖ୍ୟ ଅଭିଯୁକ୍ତ ଶିବମ୍‌ ତ୍ରିବେଦୀଙ୍କର ୨୦୧୮ ମସିହା ଜାନୁଆରିରେ ବିବାହ ଚୁକ୍ତିରେ ସ୍ବାକ୍ଷର ହୋଇଥିଲା। ଡିସେମ୍ବର ମାସରେ ପୀଡ଼ିତାଙ୍କ ସହ ତାଙ୍କର ବିବାହ ସଂପନ୍ନ ହୋଇଥିଲା। ତାପୂର୍ବରୁ ଜାନୁଆରି ୧୫ ତାରିଖରେ ଏକ ମନ୍ଦିରରେ ଉଭୟ ଉଭୟଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ।

ପୀଡ଼ିତାଙ୍କର ଛୋଟ ଜାତି ହୋଇଥିବାରୁ ଶିବମ୍‌ଙ୍କ ଘରଲୋକ ତାଙ୍କୁ ଘରକୁ ନେବାକୁ ଅରାଜି ହୋଇଥିଲେ। ଫଳରେ ପୀଡ଼ିତା ଓ ଶିବମଙ୍କ ଘର ଲୋକଙ୍କ ଭିତରେ ମନମାଳିନ୍ୟ ହୋଇଥିଲା। ରାଗରେ ଆସି ପୀଡ଼ିତା ଶିବମ୍‌ଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଶିବମ୍‌ କହିଛନ୍ତି ଯେ ବିବାହ କରେ ଉଭୟ ଉଭୟଙ୍କ ସହ ସାଥୀ ହୋଇ ପତୀପତ୍ନୀଙ୍କ ପରି କିଛି ଦିନ ମଧ୍ୟ କାଟିଛନ୍ତି।

ପୀଡ଼ିତାଙ୍କ ପକ୍ଷର ଓକିଲ୍‌ ଏସ୍‌ଏନ୍‌ ମୌର୍ଯ୍ୟଙ୍କ କହିବା ମୁତାବକ, ଅଭିଯୁକ୍ତଙ୍କ ବିରୋଧରେ ପୀଡ଼ିତା ଆଣିଥିବା ଅଭିଯୋଗକୁ ଉଠାଇ ନେବା ପାଇଁ ଅଭିଯୁକ୍ତ ପକ୍ଷରୁ ବାରମ୍ବାର ଧମକ ମିଳୁଥିଲା। ଅଭିଯୁକ୍ତ ବାରମ୍ବାର ପୀଡ଼ିତା ସହ ସାଲିସ୍‌ କରିବାକୁ କହୁଥିଲେ।

ଉଲ୍ଲେଖଯୋଗ୍ୟ, ଗଣଦୁଷ୍କର୍ମର ଅଭିଯୋଗ ଆଣିଥିବା ପୀଡ଼ିତା ଗୁରୁବାର ସକାଳରେ ରାଏବରେଲିର ଏକ ଅଦାଲତକୁ ଯିବା ବାଟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ୪ ଜଣ ଦୁର୍ବୃତ୍ତ ମହିଳାଙ୍କ ଉପରେ ପେଟ୍ରୋଲ୍‌ ଢାଳି ନିଆଁ ଲଗାଇ ଦେଇଥିଲେ। ଦୀର୍ଘ ୪୦ ଘଣ୍ଟାର ଚିକିତ୍ସା ପରେ ସେ ଶେଷରେ ଆଖି ବୁଜି ଦେଇଛନ୍ତି।

By amfnews

Related Post