Sat. Nov 23rd, 2024

ଉନାଓ ଏବଂ କାଠୁଆ ଦୁଷ୍କର୍ମ ମାମଲା, ସମସ୍ତ ଦୋଷୀ ଦଣ୍ଡ ପାଇବେ କହିଲେ ମୋଦି

rout.subhashree22@gmail.com' By Subhashree Rout Apr 14, 2018 #Featured
274 Views

ଉନାଓ ଏବଂ କାଠୁଆର ବଳାକ୍ରାର ଘଟଣାକୁ ନେଇ ପଡୁଛି ଉଠୁଛି ଦେଶ । ଏବେ ଏତେ ସବୁ ତୁମ୍ବିତୋଫାନ ପରେ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି । ଗତକାଲି ସମସ୍ତ ଦୋଷୀ ଦଣ୍ଡ ପାଇବେ ବୋଲି ଦେଶବାସୀଙ୍କୁ କହିଛନ୍ତି ମୋଦି । ଅନ୍ୟପକ୍ଷରେ ମେହେବୁବା ମୁଫ୍ତି ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି ଶିଳ୍ପମନ୍ତ୍ରୀ ଚନ୍ଦ୍ରପ୍ରକାଶ ଗଙ୍ଗା ଏବଂ ପରିବେଶ ମନ୍ତ୍ରୀ ଲାଲ ସିଂ । ଏହି ଦୁଇ ମନ୍ତ୍ରୀ କାଠୁଆ ଗଣଦୁଷ୍କର୍ମର ମୁଖ୍ୟ ର୍କାପଟଦାର ସାଂଝୀ ରାମ ସପକ୍ଷରେ ହିନ୍ଦୁ ଏକତା ମଂଚ ର୍ୟାଲିର ନେତୃତ୍ୱ ନେଇଥିବାର ଅଭିଯୋଗ ଆସିଥିଲା । ସର୍ବୋଚ୍ଚ ନ୍ୟାୟାଳୟ ୮ ବର୍ଷର ଝିଅ ସହ ହୋଇଥିବା ଗଣବଳାକ୍ରାର ଓ ହତ୍ୟାକୁ ଗମ୍ଭୀରତାର ସହ ନେଇଛନ୍ତି ।
ଅନ୍ୟଘଟଣା ତଥା ଉନାଓ ବଳାକ୍ରାର ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା ବିଜେପି ବିଧାୟକ କୁଲଦୀପ ସିଂ ସେଙ୍ଗରକୁ ଗିରଫ କରିଛି ସିବିଆଇ । ଅଭିଯୁକ୍ତ କୁଲଦୀପର ବୟାନରେ ସନ୍ଦେହ ଆସୁଥିବାରୁ ତାକୁ ରିମାଣ୍ଡରେ ନେବାକୁ ଚାହିଁଛି ସିବିଆଇ । ଦେଶବ୍ୟାପୀ ଏବେ ଜୋର୍ ଧରିଛି ଏହି ଦୁଇ ଘଟଣା । ବଳାକ୍ରାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବାରୁ ଏପରି ଘଟଣା ବାରମ୍ବାର ବୃଦ୍ଧି ପାଉଛି ବୋଲି କୁହାଯାଉଛି । ତେଣୁ ଆଇନରେ ପରିବର୍ତ୍ତନ ଆଣି ବଳାକ୍ରାରୀମାନଙ୍କୁ କଠୋର ଦଣ୍ଡ ବିଧାନ କରାଯାଉ ବୋଲି ଦେଶବାସୀ ଦାବି କରିଛନ୍ତି ।

Related Post