Mon. Mar 9th, 2026

ଉତ୍ପାତ ମଚାଇଛନ୍ତି ହାତୀ ପଲ

151 Views

ଆଠଗଡ଼ : କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡରେ ହାତୀ ପଲ ଉତ୍ପାତ ମଚାଇଛନ୍ତି। କିଛି ଦିନର ନିରବତା ପରେ ହାତୀ ପଲ ଆଜି ଚନ୍ଦକା ଅଭୟାରଣ୍ୟରୁ ଆଠଗଡ଼ ଥାନା ଅନ୍ତର୍ଗତ କନ୍ଦରପୁରଠାରେ ମହାନଦୀ ପାର ହୋଇଥିଲେ। ନଦୀ ପାର ହେଲା ପରେ ସ୍ଥାନୀୟ ଅଞ୍ଚଳରେ ସେମାନେ ଉପଦ୍ରବ  ମଚାଇଥିଲେ। ଏଥିଯୋଗୁ ପ୍ରାୟ ତିନି ଘଣ୍ଟାରୁ ଅଧିକ ସମୟ ରାସ୍ତା ଘାଟରେ ଯାତାୟତ ବନ୍ଦ ହୋଇଯାଇଥିଲା। ହାତୀପଲଙ୍କୁ ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।  ଏ ସଂକ୍ରାନ୍ତରେ ଆଠଗଡ଼ ବନବିଭାଗ ପାଖରେ କୌଣସି ଖବର ନଥିବା ବେଳେ ସ୍ଥାନୀୟ ଗାଁଲୋକେ ସେମାନଙ୍କୁ ଘଉଡ଼ାଇଥିଲେ।

By amfnews

Related Post