Sat. Mar 7th, 2026

ଉତ୍ତର ପ୍ରଦେଶ: ହୋଲି ପାଇଁ ଶୋଭାଯାତ୍ରା ବେଳେ ପଥରମାଡ଼, ଉତ୍ତେଜନା ପରେ ପୋଲିସ ମୁତୟନ

304 Views

ବରେଲି, ମାର୍ଚ୍ଚ ୨୧ : ଉତ୍ତର ପ୍ରଦେଶର ବରେଲି ସହରରେ ବୁଧବାର ହୋଲି ଅବସରରେ ‘ରାମ ବରଯାତ୍ରୀ’ ଶୋଭାଯାତ୍ରା ଚାଲିଥିବା ବେଳେ ପଥରମାଡ଼କୁ କେନ୍ଦ୍ରକରି ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଛି। ପରିସ୍ଥିତି ବିଗିଡ଼ିବାରୁ ପୋଲିସକୁ ଲାଠଚାର୍ଜ କରିବାକୁ ପଡ଼ିଛି। ଉତ୍ତେଜନା ଯୋଗୁଁ ସ୍ଥାନୀୟ ଅଂଚଳରେ ବ୍ୟାପକ ପରିମାଣରେ ପୋଲିସ ମୁତୟନ କରାଯାଇଛି।

ବରେଲି ପୋଲିସର ଉପ-ମହାନୀରିକ୍ଷକ ଆର.କେ. ପାଣ୍ଡେ କହିଛନ୍ତି, ହୋଲି ମିଳନ ଅବସରରେ ପରଂପରାଗତ ରାମ ବରଯାତ୍ରୀ ବାହାରିଥିଲା। କିଛି ମହିଳା ମଧ୍ୟ ସାହୁ ଗୋପୀନାଥ କଲେଜ ନିକଟ ଲାଜପତ ରାୟ ମାର୍କେଟର ଛାତ ଉପରେ ଛିଡ଼ା ହୋଇ ଶୋଭାଯାତ୍ରା ଦେଖୁଥିଲେ। ସେହି ମହିଳାଙ୍କୁ ଲକ୍ଷ୍ୟ କରି ବରଯାତ୍ରାରେ ସାମିଲ ହୋଇଥିବା ଅସାମାଜିକ ଲୋକ ଅରାଜକତା ପ୍ରଦର୍ଶନ କରିଥିଲେ। ଏହି ସମୟରେ ଜଣେ ଯୁବକ ଜଣେ ବାଳିକାକୁ ଅସଦାଚରଣ କରିଥିଲା।

ବାଳିକା ଚିତ୍କାର କରିବାରୁ ଛାତ ଉପରେ ଛିଡ଼ା ହୋଇଥିବା ମହିଳାମାନେ ପଥରମାଡ଼ କରିଥିଲେ। ପୋଲିସ ଅଧିକାରୀ କହିଛନ୍ତି, ମହିଳାଙ୍କ ପଥରମାଡ଼କୁ ଯୁବକମାନେ ମଧ୍ୟ ଜବାବ ଦେଇଥିଲେ। ଏହା ପରେ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଅଳ୍ପ ସମୟ ମଧ୍ୟରେ ଦୋକାନ ଗୁଡ଼ିକ ବନ୍ଦ ହୋଇ ଯାଇଥିବା ବେଳେ ପରିସ୍ଥିତି ବିଶୃଙ୍ଖଳିତ ହୋଇଯାଇଥିଲା। ସାଂପ୍ରଦାୟିକ ଭାବରେ ସମ୍ବେଦନଶୀଳ ସ୍ଥାନ ଗୁଡ଼ିକରେ ଉଭୟ ସଂପ୍ରଦାୟର ଲୋକେ ମୁହାଁମୁହିଁ ହୋଇଥିଲେ।

By amfnews

Related Post