ଆଗ୍ରା, ଅଗଷ୍ଟ ୨୩ : ଉତ୍ତର ପ୍ରଦେଶ ସରକାରଙ୍କ ପ୍ରତିଟି ପଲିସି ଏବଂ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଉଥିବା କଂଗ୍ରେସ ପାର୍ଟିରେ ସବୁକିଛି ଠିକଠାକ ପରିଚାଳିତ ହେଉ ନାହିଁ । ଦୁର୍ନୀତି ଅଭିଯୋଗରେ ଆଗ୍ରା କଂଗ୍ରେସ ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ସୂଚନାଯୋଗ୍ୟ, ୩ ଲକ୍ଷ ପ୍ରତିମାସ ଦାବି କରିବା ସହ ସଂପର୍କିତ ଏକ ଭିଡିଓ ଭାଇରାଲ ହେବା ପରେ ମନୋଜ ଦୀକ୍ଷିତଙ୍କୁ ଇସ୍ତଫା ଦେବାକୁ ପଡିଛି । କଂଗ୍ରେସ ମନୋଜ ଦୀକ୍ଷତଙ୍କ ଇସ୍ତଫାକୁ ଗ୍ରହଣ କରିଛି ।
ପାର୍ଟି ଜିଲ୍ଲା ସଭାପତିଙ୍କ ସହିତ ଜିଲ୍ଲା ସଂପାଦକ ଶାହିଦ ଅହମଦଙ୍କ ଇସ୍ତଫା ମଧ୍ୟ ମଂଜୁରୀ ହୋଇଛି । ଏକ ଘରୋଇ ବିଦ୍ୟୁତ କଂପାନୀ ଠାରୁ ମାସିକ ଅସୁଲି କରିବା ନେଇ ଭିଡିଓ ଭାଇରାଲ ହୋଇଥିଲା । ଏହି ମାମଲାକୁ ନେଇ କଂଗ୍ରେସ ଜିଲ୍ଲା ସଭାପତି ନିକଟରେ ବିଦ୍ୟୁତ କଂପାନୀ ବିରୋଧରେ ଲାଗିଥିଲେ । ଜିଲ୍ଲା ସଭାପତି ଓ ସଂପାଦକଙ୍କ ସହିତ ମହାନଗର ସଂଗଠନର ପଦାଧିକାରୀ ତଦନ୍ତ ଭିତରେ ଛନ୍ଦି ହୋଇଯାଇଥିଲେ । ଯଦି ଯାଂଚ ସତ ହୁଏ, ତାହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଭିଡିଓରେ ଏକ ମିଡିଏଟର ଟୋରଣ୍ଟ କଂପାନୀ ଏବଂ କଂଗ୍ରେସ ଜିଲ୍ଲା ସଭାପତିଙ୍କ ମଧ୍ୟରେ ଆଲୋଚନା ହେଉଛି । ଭିଡିଓରେ ଜିଲ୍ଲା ସଭାପତି ମନୋଜ ଦୀକ୍ଷିତ ବସିଥିବା ଦେଖାଯାଉଛି । ସେଠାରେ ଜଣେ ବ୍ୟକ୍ତି କହୁଛନ୍ତି, ଆପଣଙ୍କୁ ମଧ୍ୟ ନେତାଗିରି କରିବାର ଅଛି ଏବଂ ଟେରେଣ୍ଟ କଂପାନୀ ପରିଚାଳନା କରିବାର ଅଛି ।