Thu. Dec 26th, 2024

ଉତ୍ତର ପ୍ରଦେଶ ଓ ବିହାରରେ ବ୍ରଜପାତ: ୨୮ ମୃତ, ଏକାଧିକ ଲୋକ ହସ୍ପିଟାଲରେ ଭର୍ତ୍ତି

By amfnews Sep 16, 2020 #Featured
220 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୬ : ଉତ୍ତର ପ୍ରଦେଶ ଓ ବିହାରରେ ବଜ୍ରପାତ ଘଟଣାରେ ୨୮ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ଦେଶର ବିଭିନ୍ନ ସ୍ଥାନରେ ଗତକାଲି ବର୍ଷା ସହିତ ବଜ୍ରପାତ ହୋଇଛି । ଉତ୍ତର ଭାରତରେ ଏହାର ପ୍ରଭାବ ଅଧିକ ରହିଛି । ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଆଗାମୀ ୩ରୁ ୪ ଦିନ ମଧ୍ୟରେ ଦେଶରେ ଆହୁରି ବର୍ଷା ହୋଇପାରେ । ତେଣୁ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ଦେଖାଯିବ ନାହିଁ । ଜାତୀୟ ରାଜଧାନୀ ଦିଲ୍ଲୀରେ ବର୍ଷା କମ ହୋଇଥିବାରୁ ଆଗାମୀ ଦୁଇ ଦିନରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ।

ବିହାରର ୬ଟି ଜିଲ୍ଲାରେ ବଜ୍ରପାତ ହୋଇଛି । ମଙ୍ଗଳବାର ୧୫ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ଗୋପାଳଗଂଜ, ଭୋଜପୁର ଓ ରୋହତାସରେ ୩ ଜଣ ଲେଖାଏଁ, ସାରଣ, କୈମୁର ଓ ବୈଶାଳୀ ଜିଲ୍ଲାରେ ୨ ଜଣ ଲେଖାଏଁ ଲୋକଙ୍କର ମୃତ୍ୟୁ ହୋଇଛି । ମୁଖ୍ୟମନ୍ତ୍ରୀ ନିତିଶ କୁମାର ୧୫ ଲୋକଙ୍କର ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ସେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲୋଖାଏଁ ଅନୁକମ୍ପା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ଉତ୍ତର ପ୍ରଦେଶରେ ବଜ୍ରପାତ ଯୋଗୁଁ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ବଜ୍ରପାତ ଯୋଗୁଁ ଅନେକ ଲୋକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

By amfnews

Related Post