Sun. Mar 8th, 2026

ଉତ୍ତର ପ୍ରଦେଶରେ ‘ସିଏଏ’ ପ୍ରତିବାଦ: ୩୫୦ ଜଣ ଅଟକ; ୧୪ ଜିଲ୍ଲାରେ ମୋବାଇଲ୍‌ ଇଣ୍ଟର୍‌ନେଟ୍‌ ସେବା ବନ୍ଦ

259 Views

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରତିବାଦ ପ୍ରବଳ ହେବାରୁ ୩, ୫୦୫ ଜଣ ଲୋକଙ୍କୁ ଅଟକ ରଖାଯାଇଛି ଏବଂ ୧୪ଟି ଜିଲ୍ଲାରେ ମୋବାଇଲ୍‌ ଇଣ୍ଟର୍‌ନେଟ୍‌ ସେବା ବନ୍ଦ ରଖାଯାଇଛି। ପ୍ରତିବାଦକୁ ପ୍ରତିରୋଧ କରିବାକୁ ୩, ୫୦୫ ଜଣ ବ୍ୟକ୍ତିଙ୍କୁ ଆଗୁଆ ନେଇ ହାଜତରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୨୦୦ ବ୍ୟକ୍ତି ହେଉଛନ୍ତି ଲକ୍ଷ୍ନୌ ଅଞ୍ଚଳର।

ଶନିବାର ମଧ୍ୟାହ୍ନ ପର୍ଯ୍ୟନ୍ତ ସାମୟିକ ଭାବେ ଏସ୍‌ଏମ୍‌ଏସ୍‌ ଏବଂ ମୋବାଇଲ୍‌ ଇଣ୍ଟର୍‌ନେଟ୍‌ ସେବା ବନ୍ଦ ରଖିବାକୁ ରାଜ୍ୟ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅଶ୍ୱିନୀ କୁମାର ଅଓ୍ଵସ୍ତି ସମସ୍ତ ଟେଲିକମ୍‌ ଓ ଇଣ୍ଟର୍‌ନେଟ୍‌ ସେବା ଯୋଗାଣକାରୀଙ୍କୁ କହିଛନ୍ତି।

ଲକ୍ଷ୍ନୌ ବ୍ୟତୀତ ମୋବାଇଲ୍‌ ଇଣ୍ଟର୍‌ନେଟ୍‌ ସେବା ବନ୍ଦ ଥିବା ଅନ୍ୟ ଜିଲ୍ଲାଗୁଡ଼ିକ ହେଉଛି- ସହରଣପୁର, ମିରଟ, ଶମଲି, ମୁଜାଫରନଗର, ଗାଜିଆବାଦ, ବରେଲୀ, ମାଉ, ସମ୍ଭଲ, ଆଜମଗଡ଼, ଆଗ୍ରା, କାନପୁର, ଉନ୍ନାଓ ଏବଂ ମୋରାଦାବାଦ।

By amfnews

Related Post