Sat. Nov 23rd, 2024

ଉତ୍ତର ପ୍ରଦେଶରେ କରୋନା: ୧୨ରୁ ଊର୍ଦ୍ଧ୍ୱ ଆଇଏଏସ୍ ଅଧିକାରୀ ପଜିଟିଭ୍‌

By amfnews Apr 14, 2021 #Featured
117 Views

ନୂଆଦିଲ୍ଲୀ, ଏପ୍ରିଲ ୧୪ : ଉତ୍ତର ପ୍ରଦେଶରେ ସଂକ୍ରମଣ ଅମଳାତନ୍ତ୍ର ପହଂଚିଛି । ଏଠାରେ ୧୨ରୁ ଊର୍ଦ୍ଧ୍ୱ ଆଇଏଏସ୍ ଅଧିକାରୀ କରୋନା ସଂକ୍ରମିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କାର୍ଯ୍ୟାଳୟରେ ମଧ୍ୟ କରୋନା ସଂକ୍ରମଣ ଦେଖାଯାଇଛି । ତାଙ୍କର ପ୍ରମୁଖ ସଚିବଙ୍କ କରୋନା ନମୁନା ରିପୋର୍ଟ ପଜିଟିଭ ଜଣାପଡ଼ିଛି । ଏତେ ସଂଖ୍ୟାରେ ଆଇଏଏସ୍ ଅଧିକାରୀ ସଂକ୍ରମିତ ହେବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଇସୋଲେଶନରେ ଅଛନ୍‌ତି । ସେ ଟୁଇଟ କରି ଏହି ସୂଚନା ଦେଇଛନ୍ତି । 

ଉତ୍ତରପ୍ରଦେଶ ସରକାରଙ୍କ ୧୨ରୁ ଊର୍ଦ୍ଧ୍ୱ ଆଇଏଏସ୍ ଅଧିକାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅର୍ଥ ସଚିବ ସଂଜୟ କୁମାର ଓ ସ୍ୱତନ୍ତ୍ର ସଚିବଙ୍କ ସମେତ ଅର୍ଥ ବିଭାଗର ପାଖାପାଖି ୨୦ ଜଣ ଲୋକ ସଂକ୍ରମିତ ହୋଇଛନ୍ତି । ଏହା ବ୍ୟତୀତ ରାଜସ୍ୱ ପରିଷଦର ଅଧ୍ୟକ୍ଷ ଦୀପକ ତ୍ରିବେଦୀ, କୃଷି ବିଭାଗର ପ୍ରମୁଖ ସଚିବ ଦେବେଶ ଚତୁର୍ବେଦୀ, ସଂଖ୍ୟାଲଘୁ କଲ୍ୟାଣ ବିଭାଗର ପ୍ରମୁଖ ସଚିବ ବିଏଲ୍ ମୀନା, ଉଚ୍ଚ ଶିକ୍ଷା ବିଭାଗର ଏସସିଏସ୍ ଡ ରଜନୀଶ ଦୁବେ, ସିଏମ୍ କାର୍ଯ୍ୟାଳୟର ପ୍ରମୁଖ ସଚିବ ଏସ୍‌ପି ଗୋୟଲ, ଶ୍ରମ ବିବାଗର ଉପର ସଚିବ ସୁରେଶ ଚନ୍ଦ୍ରା, ଉଚ୍ଚ ଶିକ୍ଷା ବିଭାଗର ଏସିଏସ୍ ଆରାଧନା ଶୁକ୍ଲା, ଖାଦ୍ୟ ବିଭାଗର ସଚିବ ବୀଣା କୁମାରୀ, ଜଳସେନଚ ବିଭାଗର ସଚିବ ଅନିଲ ଗର୍ଗ ଓ ସ୍ୱତନ୍ତ୍ର ସଚିବ ପ୍ରଶାନ୍ତ ଶର୍ମାଙ୍କ ସମେତ ମୁଖ୍ୟ ସଚିବଙ୍କ ଷ୍ଟାଫ କର୍ମଚାରୀ ଅମୃତ ତ୍ରିପାଠୀ ଓ ହମୀରପୁର ସମେତ ୩ ଜିଲ୍ଲାପାଳଙ୍କୁ କରୋନା ହୋଇଛି । 

By amfnews

Related Post