Tue. Jan 28th, 2025

ଉତ୍ତର ପ୍ରଦେଶରେ ଅପରାଧ ହ୍ରାସ , ୯ବର୍ଷର ତଥ୍ୟ ଦେଲେ ଯୋଗୀ ସରକାର

By amfnews Aug 21, 2020 #Featured
180 Views

ଲଖନଉ, ଅଗଷ୍ଟ ୨୧ : ଉତ୍ତର ପ୍ରଦେଶରେ ଅପରାଧକୁ ନେଇ ଯଦିଓ ବିରୋଧୀ ଦଳ ସରକାରଙ୍କୁ ଟାର୍ଗେଟ କରୁଛି, ତଥାପି ବିଗତ ୯ ବର୍ଷ ମଧ୍ୟରେ ଏହା ବହୁ ପରିମାଣରେ ହ୍ରାସ ପାଇଛି । ଯୋଗୀ ସରକାର ଏହି ତଥ୍ୟ ଦେଇଛନ୍ତି । ରାଜ୍ୟ ସରକାର ଗୁରୁବାର ବିଗତ ୯ ବର୍ଷ ତଳର ତୁଳନାତ୍ମକ ତଥ୍ୟ ଉପସ୍ଥାପନ କରି ଏହି ଦାବି କରିଛନ୍ତି ଯେ, ଉତ୍ତର ପ୍ରଦେଶରେ ଅପରାଧିକ ଘଟଣା ହ୍ରାସ ପାଇଛି ।

ଗୃହ ବିଭାଗର ମୁଖପାତ୍ର କହିଛନ୍ତି ୯ ବର୍ଷର ତଥ୍ୟ ଅନୁସାରେ ବର୍ତ୍ତମାନ ସରକାରଙ୍କ କାର୍ଯ୍ୟକାଳରେ ଅପରାଧ ଘଟଣା ହ୍ରାସ ପାଇଛି । ଅପରାଧ ଓ ଦୁର୍ନୀତି ବିରୋଧରେ ସରକାର ‘ଶୂନ୍ୟ ସଂହିତା’କୁ ଗ୍ରହଣ କରିଛନ୍ତି । ଏହି ତଥ୍ୟ ଏଭଳି ସମୟରେ ଦେଖାଯାଇଛି ଯେ, ବିରୋଧୀ ଦଳର ନେତାମାନେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ଡାକୟତି ମାମଲାରେ ୨୦୧୬ ତୁଳନାରେ ୨୦୨୦ରେ ୭୪. ଓ ୨୦୧୨ ତୁଳନାରେ ୭୪.୬୭ ପ୍ରତିଶତ ହ୍ରାସପାଇଛି । ସେହିଭଳି ଏହି ବର୍ଷଗୁଡ଼ିକ ତୁଳନାରେ ଲୁଟ ମାମଲା କ୍ରମଶଃ ୬୫.୨୯ ପ୍ରତିଶତ ଓ ୫୪.୨୫ ପ୍ରତିଶତ ହ୍ରାସ ପାଇଛି । ହତ୍ୟା ମାମଲାରେ ୨୬.୪୩ ପ୍ରତିଶତ ଏବଂ ୨୯.୭୪ ପ୍ରତିଶତ କମ ହୋଇଛି । ଗୃହ ବିଭାଗର ମୁତପାତ୍ରଙ୍କ ଅନୁସାରେ ଦୁଷ୍କର୍ମ ମାମଲା ୨୦୧୩ ତୁଳନାରେ ୨୦୨୦ରେ ୨୫.୯୪ ପ୍ରତିଶତ ଏବଂ ୨୦୧୬ ତୁଳନାରେ ୩୮.୭୪ ପ୍ରତିଶତ ଏବଂ ୨୦୧୯ ତୁଳନାରେ ୨୮.୧୩ ପ୍ରତିଶତ କମ ହୋଇଛି । ସେ କହିଛନ୍ତି ଯେ, ପୋକ୍ସୋ ଆଇନ ମଜବୁତ ହୋଇଯିବା ଫଳରେ ୨୦୧୯ରୁ ଚଳିତ ବର୍ଷ ଜୁନ ଯାଏଁ ୯୨୨ ଜଣ ଅଭିଯୁକ୍ତଙ୍କୁ ଜେଲ ଦଣ୍ଡ ହୋଇଛି ।

By amfnews

Related Post