Mon. Nov 25th, 2024

ଉତ୍ତରାଖଣ୍ଡ: ପ୍ରଧାନମନ୍ତ୍ରୀ ମୋଦୀ ଆଇଟିବିପି ଯବାନଙ୍କ ସହିତ ଆଜି ପାଳିବେ ଦୀପାବଳି

By amfnews Nov 7, 2018 #Featured
134 Views

ଡେରାଡୁନ, ନଭେମ୍ବର ୦୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଇଣ୍ଡୋ ତିବ୍ଦତ ସୀମା ପୋଲିସ (ଆଇଟିବିପି) ଯବାନଙ୍କ ସହିତ ଦୀପାବଳି ପାଳନ କରିବେ । ମୋଦୀ ଦୀପାବଳି ପାଳନ କରିବା ପୂର୍ବରୁ ପ୍ରଥମେ ଭଗବାନ କେଦାରନାଥଙ୍କୁ ଦର୍ଶନ କରିବେ । ସରକାରୀ ସୂତ୍ରରୁ ଏହା ସୋମବାର ସ୍ପଷ୍ଟ କରାଯାଇଛି । ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ମୋଦୀ କେଦାରନାଥ ମନ୍ଦିରରେ ପୂଜାର୍ଚ୍ଚନା ଓ କିଛି ପ୍ରକଳ୍ପର ସମୀକ୍ଷା କରିବେ । ବର୍ଷ ୨୦୧୩ରେ ବିନାଶକାରୀ ବନ୍ୟା ଆସିଥିଲା । ପ୍ରଧାନମନ୍ତ୍ରୀ ମୋଦୀ ୨୦୧୭ ଅକ୍ଟୋବରରେ କେଦାରନାଥ ଯାଇଥିଲେ । ଥଣ୍ଡା ଯୋଗୁଁ କେଦାରନାଥ ବନ୍ଦ ହେବା ପୂର୍ବରୁ ମୋଦୀ ଗସ୍ତ କରିଥିଲେ ।

ପ୍ରଧାନମନ୍ତ୍ରୀ ହେବା ପରେ ମୋଦୀଙ୍କ ଏହା ହେଉଛି ୩ୟ ଥର କେଦାରନାଥ ଗସ୍ତ ।  ଦୀପାବଳି ଅବସରରେ ମୋଦୀ ନଭେମ୍ବର ୬ରେ କେଦାରନାଥ ଯାତ୍ରା କରିଛନ୍ତି ।  ବର୍ଷ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିୟାଚେନରେ ଯବାନଙ୍କ ସହିତ ଦୀପାବଳି ପାଳନ କରିଥିଲେ ।

ବର୍ଷ ୨୦୧୫ରେ ଦୀପାବଳି ଅବସରରେ ମୋଦୀ ପଞ୍ଜାବ ସୀମାକୁ ଯାଇଥିଲେ । ତାଙ୍କର ଏହି ଯାତ୍ରା ସଂଯୋଗବଶତଃ ୧୯୬୫ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧର ୫୦ ବର୍ଷ ପୂର୍ତ୍ତି ଅବସରରେ ଥିଲା । ସେହିଭଳି ମୋଦୀ ଦୀପାବଳି ଅବସରରେ ହିମାଚଳ ପ୍ରଦେଶ ଯାଇଥିଲେ । ସେ ଏକ ସେନା ଶିବିରରେ ଭାରତୀୟ ତିବ୍ଦତ ସୀମା ପୋଲିସ କର୍ମଚାରୀଙ୍କ ସମୟ ଅତିବାହିତ କରିଥିଲେ । ମୋଦୀ ଗତ ବର୍ଷ ପ୍ରଧାନମନ୍ତ୍ରୀ ଭାବରେ ୪ର୍ଥ ଦୀପାବଳି ଜମ୍ମୁ-କଶ୍ମୀରର ଗୁରେଜ ସେନାଙ୍କ ସହିତ ପାଳନ କରିଥିଲେ ।

By amfnews

Related Post