Sat. Jan 18th, 2025

ଉତ୍ତରାଖଣ୍ଡ ଦୁର୍ଘଟଣା: ୮ମ ଦିନରେ ମିଳିଲା ୧୩ ମୃତଦେହ, ଏପର୍ଯ୍ୟନ୍ତ ସଂଖ୍ୟା ୫୧କୁ ବୃଦ୍ଧି

By amfnews Feb 15, 2021 #Featured
213 Views

ହରିଦ୍ୱାର, ଫେବୃଆରୀ ୧୫ : ଉତ୍ତରାଖଣ୍ଡର ଚମୋଲୀ ଜିଲ୍ଲାର ପ୍ରାକୃତିକ ବିପର୍ଯ୍ୟୟସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାର କାର୍ଯ୍ୟର ୮ମ ଦିନରେ ରବିବାର ପୁଣି ୧୩ ଜଣଙ୍କର ମୃତଦେହ ମିଳିଛି । ଏଥି ସହିତ ମୃତକଙ୍କ ସଂଖ୍ୟା ୫୧କୁ ବୃଦ୍ଧି ପାଇଛି । ୧୩ରୁ ୬ଟି ମୃତଦେହ ୫୨୦ ମେଗାୱାଟ ଏନଟିପିସିର ତପୋବନ-ବିଷ୍ଣୁଗାଡ ପ୍ରକଳ୍ପର ସୁଡ଼ଙ୍ଗରୁ ମିଳିଛି । ସେହିପରି ରୈଣୀରୁ ୬ଟି ଓ ରୁଦ୍ରପ୍ରୟାଗ ଜିଲ୍ଲାରୁ ଗୋଟିଏ ଶବ ଉଦ୍ଧାର ହୋଇଛି । କ୍ରମାଗତ ଭାବେ ଖୋଜିବା ଏବଂ ଉଦ୍ଧାର ଅଭିଯାନ ସଂପର୍କରେ ଅବଗତ ଥିବା ଚମୋଲୀ ଜିଲ୍ଳାପାଳ ସ୍ୱାତି ଏସ୍ ଭଦୋରିଆ ନିଖୋଜ ଲୋକଙ୍କ ମୃତଦେହ ଉଦ୍ଧାର ହେବା ନେଇ କାମକୁ ତୀବ୍ର କରିବାକୁ ଆଦେଶ ଦେଇଛନ୍ତି । 

ତପୋବନ ସୁଡ଼ଙ୍ଗରେ ବିଗତ ଏକ ସପ୍ତାହରୁ ସେନା, ଏନଡିଆରଏଫ, ଏସଡିଆରଏଫ ଓ ଆଇଟିବିପିର ଯବାନମାନେ ଯୁଗ୍ମ ଅଭିଯାନ ଜାରି ରଖିଛନ୍ତି । ନଦୀ ତଟ ଜିଲ୍ଲା ପ୍ରଶାସନ ନେତୃତ୍ୱରେ ଖୋଜିବା କାମକୁ ତୀବ୍ର କରି ଦିଆଯାଇଛି । ଜିଲ୍ଲାପାଳ ସ୍ୱାତି କହିଛନ୍ତି ଯେ, ରୈଣୀ ଅଂଚଳରେ ଏନଡିଆରଏଫ ନିଖୋଜ ଲୋକଙ୍କୁ ଖୋଜୁଛନ୍ତି । ଘଟଣାସ୍ଥଳରେ ହେଲିକପ୍ଟର ମଧ୍ୟ ପ୍ରସ୍ତୁତ ରହିଛି, ଯଦି କୌଣସି ଜୀବୀତ ବ୍ୟକ୍ତିଙ୍କୁ ଠାବ କରାଯାଏ, ତା’ହେଲେ ଖୁବ ଶୀଘ୍ର ଜରୁରୀକାଳୀନ ସୁବିଧା ଦିଆଯିବ । 

ସୂଚନାଯୋଗ୍ୟ, ଉତ୍ତରାଖଣ୍ଡର ଚମୋଲୀ ଜିଲ୍ଲାରେ ଗତ ୭ତାରିଖ ପୂର୍ବାହ୍ନ ୧୦ଟାରେ ଯୋଶୀମଠରେ ତପୋବନ ନିକଟରରେ ଗ୍ଲାସିୟର ଭାଙ୍ଗିଯାଇଥିଲା । ଏହା ପରେ ଅଳକାନନ୍ଦା ନଦୀ ଓ ଧଉଳି ଗଙ୍ଗା ନଦୀରେ ହିମସ୍ଖଳନ ବଢ଼ିବାରେ ଲାଗିଥିଲା । ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଦେଖାଯାଇଥିଲା । ନଦୀ ପାଣି ପ୍ରବାହିତ ହେବା ପରେ ବ୍ୟାପକ କ୍ଷତି ହୋଇଥିଲା । 

By amfnews

Related Post