158 Views
ଲକ୍ଷ୍ନୌ, ଜାନୁଆରୀ 30 : ଦିନକୁ ଦିନ ସଡ଼କ ଦୁର୍ଘଟଣାରେ ଚାଲିଯାଉଛି ଅନେକ ନିରୀହ ଜୀବନ । ଆଜି ସକାଳୁ ଉତ୍ତରପ୍ରଦେଶର ମୁରାଦାବାଦରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଯେଉଁଥିରେ ୧୦ଜଣଙ୍କ ମୃତ୍ୟୁ ହେବାସହ ୨୦ରୁ ଅଧିକ ଆହାତ ହୋଇଛନ୍ତି । ତେବେ ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି । ସୁଚନା ଅନୁସାରେ ମିନି ବସ୍ ଓ କ୍ୟାଣ୍ଟର ମଧ୍ୟରେ ଧକ୍କା ହୋଇଥିଲା । ଏହାପରେ ଆଉ ଗୋଟିଏ ଗାଡ଼ି ଆସି ପିଟି ହୋଇଥିଲା ଯାହାଫଳରେ ଏପରି ଦୁର୍ଘଟଣା ଘଟିଥିବା କୁହାଯାଉଥିବା ବେଳେ ପୋଲିସ୍ ଆହୁରୀ ତନାଘନା ଚଳାଇଛି । ଏହି ଘଟଣା ପରେ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏ ଓ ଆହତଙ୍କୁ ୫୦ହଜାର ଟଙ୍କା ଲେଖାଏ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ।