Fri. Mar 6th, 2026

ଉତ୍ତରପ୍ରଦେଶ ମାମଲାରେ ବଡ ଷଡଯନ୍ତ୍ର, ଜାତିଗତ ଦଙ୍ଗା ପାଇଁ ବିଦେଶରୁ ଆସିଥିଲା 50 କୋଟି ଟଙ୍କା

339 Views

ଉତ୍ତରପ୍ରଦେଶ, ଅକ୍ଟୋବର ୦୭  : ଉତ୍ତରପ୍ରଦେଶ ମାମଲାରେ ଜାତିଗତ ଦଙ୍ଗା ପାଇଁ ବିଦେଶରୁ ବିପୁଳ ପରିମାଣର ଟଙ୍କା କାରବାର ହୋଇଛି ବୋଲି ସୂଚନା ମିଳିଛି  । ହାଥରସ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ସେଠାରେ ଜାତିଗତ ଦଙ୍ଗା ବଢାଇବା ପାଇଁ ମରିସସରୁ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ)ରୁ 50 କୋଟି ଟଙ୍କା ଆସିଥିଲା। ସମ୍ପୂର୍ଣ୍ଣ ଘଟଣା ଅନୁସନ୍ଧାନ କରି ଇଡି ଦାବି କରିଛି ପ୍ରାୟ 100 କୋଟିରୁ ଅଧିକ ଟଙ୍କାର କାରବାର ହୋଇଛି  ।

ସୂଚନାଯୋଗ୍ୟ, ହାଥରସରେ ଦଙ୍ଗା ଷଡଯନ୍ତ୍ର ଅଭିଯୋଗରେ ମେରୁଟରୁ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଏହି ଚାରିଜଣଙ୍କର ପିଏଫଆଇ ସଂଗଠନ ସହିତ ସମ୍ପର୍କ ସ୍ଥାପନ କରିଥିବା କୁହାଯାଉଥିଲା  । ପୋଲିସ ସେମାନଙ୍କଠାରୁ କିଛି ମାରଣାସ୍ତ୍ର ଜବତ କରିଛି । ଏହାପୂର୍ବରୁ ୟୁପି ପୋଲିସ ଏକ ୱେବସାଇଟ୍ ଜରିଆରେ ଏହା ଏକ ଦଙ୍ଗାର ଷଡ଼ଯନ୍ତ୍ର ମଧ୍ୟ ଦାବି କରିଛି।

ହାଥରସ ପୀଡିତାଙ୍କୁ ନ୍ୟାୟ ପାଇଁ ପ୍ରସ୍ତୁତ ଏହି ୱେବସାଇଟରେ ଅନେକ ଆପତ୍ତିଜନକ କଥା ମଧ୍ୟ କୁହାଯାଇଛି । ତେଣୁ ହିଂସା ଷଡଯନ୍ତ୍ର ଉପରେ ମଧ୍ୟ ଇଡି ଏକ ମାମଲା ରୁଜୁ କରିଛି। ଇଡି ଦ୍ବାରା ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ୟୁପିରେ ଜାତିଗତ ହିଂସା ସୃଷ୍ଟି କରିବା ପାଇଁ 100 କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି।

ଉତ୍ତରପ୍ରଦେଶ ସରକାରଙ୍କ କହିବାନୁସାରେ, ୟୁପିରେ ଜାତିଗତ ଦଙ୍ଗା ପାଇଁ ଷଡ଼ଯନ୍ତ୍ର କରି ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସିଏମ ଯୋଗୀ ଆଦିତ୍ୟନାଥଙ୍କ ପ୍ରତିମୂର୍ତ୍ତିକୁ ଖରାପ କରିବା ପାଇଁ ଜଷ୍ଟିସ ଫର ହାଥ୍ରାସ ନାମକ ଏକ ୱେବସାଇଟ୍ ରାତାରାତି ସୃଷ୍ଟି କରାଯାଇଥିଲା। ନକଲି ଆଇଡି ମାଧ୍ୟମରେ ୱେବସାଇଟରେ ହଜାର ହଜାର ଲୋକ ଯୋଡି ହୋଇଥିଲେ।

ଦେଶ ତଥା ରାଜ୍ୟରେ ଦଙ୍ଗା କିପରି ସଂଗଠିତ ହେବ ଏବଂ ଦଙ୍ଗା ପରେ କିପରି ରକ୍ଷା କରାଯାଇପାରିବ ସେନେଇ ୱେବସାଇଟରେ କୁହାଯାଇଛି। ସହାୟତା ବାହାନା କରି ଦଙ୍ଗା ପାଇଁ ଅର୍ଥ ପ୍ରଦାନ କରାଯାଉଥିଲା। ଅର୍ଥ ହେତୁ ଗୁଜବ ପ୍ରଚାର କରିବା ପାଇଁ ସୋସିଆଲ ମିଡିଆର ଅପବ୍ୟବହାର ହେବାର ସୂଚନା ମଧ୍ୟ ମିଳିଛି। ଅନୁସନ୍ଧାନକାରୀ ସଂସ୍ଥା ଦ୍ୱାରା ୱେବସାଇଟର ସବିଶେଷ ସୂଚନା ପ୍ରକାଶ ପାଇଛି  ।

By amfnews

Related Post