Sat. Nov 2nd, 2024

ଉତ୍ତରପ୍ରଦେଶ: ପଂଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ମତଦାନ ଆରମ୍ଭ, ୧୮ ଜିଲ୍ଲାରେ ଭୋଟିଂ ଜାରି

By amfnews Apr 15, 2021 #Featured
125 Views

ଲଖନଉ, ଏପ୍ରିଲ ୧୫ : ଉତ୍ତର ପ୍ରଦେଶର ପଂଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୧୮ଟି ଜିଲ୍ଲାରେ ଆଜି ଭୋଟିଂ ଆରମ୍ଭ ହୋଇଯାଇଛି । ଅଯୋଧ୍ୟା, ଆଗ୍ରା, କାନପୁର ନଗର, ଗାଜିଆବାଦ, ଗୋରଖପୁର, ଜୌନପୁର, ଝାନସୀ, ପ୍ରୟାଗରାଜ, ବରେଲି, ଭଦୋହୀ, ମହୋବା, ରାମପୁର, ରାୟବରେଲି, ଶ୍ରାବସ୍ତି, ସନ୍ତ କବୀର ନଗର, ସାହାରାନପୁର, ହରଦୋଇ ଏବଂ ହାଥରସ ଜିଲ୍ଲାରେ ମତଦାନ ଜାରି ରହିଛି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିଦ୍ୟାନାଥଙ୍କ ରାମପୁର ଓ ଆଜମ ଖାନଙ୍କ ରାମପୁର ଜିଲ୍ଲାରେ ଭୋଟ ଚାଲିଛି ।

କରୋନା ସଂକଟ ମଧ୍ୟରେ ଉତ୍ତର ପ୍ରଦେଶରେ ତ୍ରିସ୍ତରୀୟ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଗୁରୁବାର ମତଦାନ ଚାଲିଛି । ପୂର୍ବାହ୍ନ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିବ । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ପରିଷଦ ସଦସ୍ୟ, ପଂଚାୟତ ସମିତି ସଦସ୍ୟ, ୱାର୍ଡ ମେମ୍ବର ଓ ଗ୍ରାମ ପ୍ରଧାନ ପଦ ଲାଗି ୨.୨୧ ଲକ୍ଷରୁ ଅଧିକ ପଦ ଲାଗି ୩.୩୩ ଲକ୍ଷରୁ ଅଧିକ ପ୍ରାର୍ଥୀ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି । 

By amfnews

Related Post