Sun. Nov 24th, 2024

ଉତ୍ତରପ୍ରଦେଶ କ୍ୟାବିନେଟରେ ନିଷ୍ପତ୍ତି: ମହିଳାଙ୍କ ପାଇଁ ପ୍ରତିଷ୍ଠା ହେବ ୨୧୮ ଫାଷ୍ଟ-ଟ୍ରାକ କୋର୍ଟ

By amfnews Dec 10, 2019 #Featured
143 Views

ଲଖନଉ, ଡିସେମ୍ବର ୧୦ : ଉତ୍ତର ପ୍ରଦେଶର ବହୁଚର୍ଚ୍ଚିତ ଉନ୍ନଓ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ରାଜ୍ୟ କ୍ୟାବିନେଟ ସୋମବାର ନିଷ୍ପତ୍ତି ନେଇଛି ଯେ, ରାଜ୍ୟରେ ମୋଟ ୨୧୮ଟି ଫାଷ୍ଟ-ଟ୍ରାକ କୋର୍ଟ ପ୍ରତିଷ୍ଠା ହେବ । ଏହି କୋର୍ଟଗୁଡ଼ିକ ପ୍ରତିଷ୍ଠା ହେବା ପରେ ମହିଳା ଓ ଶିଶୁମାନଙ୍କ ବିରୋଧରେ ହେଉଥିବା ଅପରାଧ ଘଟଣା ସହିତ ଜଡ଼ିତ ଅଭିଯୁକ୍ତମାନଙ୍କୁ ଶୀଘ୍ର ଦଣ୍ଡ ଦିଆଯାଇପାରିବ । ଲୋକ ଭବନରେ ସୋମବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ୨୧୮ଟି ଫାଷ୍ଟ-ଟ୍ରାକ କୋର୍ଟ ପ୍ରତିଷ୍ଠା ନେଇ ନିଷ୍ପତ୍ତି ହୋଇଛି । 

କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ଆଇନ ମନ୍ତ୍ରୀ ବ୍ରଜେଶ ମଲ୍ଲିକ କହିଛନ୍ତି, ଏହି କୋର୍ଟ ଗୁଡ଼ିକରେ ମହିଳା ଓ ଶିଶୁଙ୍କ ସହ ହେଉଥିବା ବିରୋଧରେ ମାମଲାର ଶୁଣାଣି କରାଯିବ । ସେ କହିଛନ୍ତି, ୨୧୮ଟି କୋର୍ଟ ମଧ୍ୟରୁ ୧୪୪ଟି ମହିଳାଙ୍କ ପାଇଁ ଓ ୭୪ଟି ଶିଶୁଙ୍କ ପାଇଁ ପ୍ରତିଷ୍ଠା କରାଯିବ । ପ୍ରତି କୋର୍ଟ ପାଇଁ ପାଖାପାଖି ୭୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।

By amfnews

Related Post