Sat. Mar 7th, 2026

ଉତ୍ତରପ୍ରଦେଶର ୮୫୦ କୃଷକଙ୍କର ଋଣ ପରିଶୋଧ କରିବେ ଅମିତାଭ ବଚ୍ଚନ

309 Views

ମୁମ୍ବାଇ: ବଲିଉଡର ବିଗ୍‌ ବି  ଅମିତାଭ ବଚ୍ଚନ ଏକ ମହତ କାର୍ଯ୍ୟରେ ନିଜକୁ ନିୟୋଜିତ କରିବାର ନିଷ୍ପତ୍ତି ନେଇଛନ୍ତି। ସେ ଉତ୍ତରପ୍ରଦେଶର ୮୫୦ରୁ ଅଧିକ କୃଷକମାନଙ୍କର ଋଣ ପରିଶୋଧ କରିବେ ବୋଲି ସ୍ଥିର କରିଛନ୍ତି। ଏହା ବାବଦରେ ଅମିତାଭ ବଚ୍ଚନ ସାଢେ ପାଞ୍ଚ କୋଟି ଦେବା ଲାଗି ଠିକ୍‌ କରିଛନ୍ତି।

ଏହା ପୂର୍ବରୁ ଅମିତାଭ ବଚ୍ଚନ ମହାରାଷ୍ଟ୍ରର ୩୫୦ରୁ ଅଧିକ କୃଷକମାନଙ୍କର ଋଣ ପରିଶୋଧ କାର୍ଯ୍ୟରେ ସହାୟତାର ହାତ ବଢାଇଥିଲେ। ନିଜ ବ୍ଲଗରେ ଅମିତାଭ ବଚ୍ଚନ ଲେଖିଥିଲେ। ପ୍ରାୟ ୩୫୦ ଜଣ କୃଷକ ନିଜର କୃଷି ଋଣ ପରିଶୋଧ କରିବାରେ କଷ୍ଟ ଭୋଗୁଥିଲେ। ଏପରିକି ସେମାନେ ଆତ୍ମହତ୍ୟା କରିବା ପାଇଁ ମଧ୍ୟ ଚିନ୍ତା କରୁଥିଲେ। ଏଭଳି ସମୟରେ ମୁଁ ଆତ୍ମହତ୍ୟାକୁ ରୋକିବା ଲାଗି ଋଣ ପରିଶୋଧ କରିଥିଲି।

ତା’ଆଗରୁ ଆନ୍ଧ୍ରପ୍ରଦେଶ ଓ ବିଦର୍ଭର କେତେକ କୃଷକଙ୍କୁ ଋଣରୁ ମୁକ୍ତି ଦେବା ଲାଗି ବି ଚେଷ୍ଟା କରାଯାଇଥିଲା।  ବିଗ୍‌ ବି ଲେଖିଛନ୍ତି-କେବିସିର କର୍ମବୀର ଏପିସୋଡରେ ଯୋଗ ଦେଇଥିବା ପ୍ରତିଯୋଗୀ ଅଜିତ ସିଂହଙ୍କର ମଧ୍ୟ ସହାୟତା କରାଯାଉଛି। ଅମିତାଭ ମହାରାଷ୍ଟ୍ରାର ୪୪ ଜଣ ଏଭଳି ପରିବାର ବର୍ଗଙ୍କର ଆର୍ଥିକ ସହାୟତା କରିଥିଲେ,ଯେଉଁମାନଙ୍କ ପରିବାର ରେ କେହି ସଦସ୍ୟ ଶହୀଦ୍‌ ହୋଇଥିଲେ।

 

By amfnews

Related Post