Sat. Mar 7th, 2026

ଉତ୍ତରପ୍ରଦେଶରେ ଆଗାମୀ ଲୋକସଭା ପାଇଁ ଏସପି-ବିଏସପି ମେଣ୍ଟ, ଘୋଷଣା କଲେ ମାୟାବତୀ,ଅଖିଳେଶ

282 Views

ଲକ୍ଷ୍ନୌ: ଆଗାମୀ ୨୦୧୯ ଲୋକସଭା ନିର୍ବାଚନରେ ମାୟାବତୀଙ୍କ ପାର୍ଟି ବହୁଜନ ସମାଜ ପାର୍ଟି ଓ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ମଧ୍ୟରେ ମେଣ୍ଟ ହେବ। କଂଗ୍ରେସ ଦ୍ୱାରା ପ୍ରସ୍ତାବିତ ମହାମେଣ୍ଟ ପୂର୍ବରୁ ଉତ୍ତରପ୍ରଦେଶରେ ଏସପି- ବିଏସପି ମେଣ୍ଟ କରିବାକୁ ଉଭୟ ଦଳର ଶୀର୍ଷ ନେତୃତ୍ୱ ନିଷ୍ପତ୍ତିି ନେଇଛନ୍ତି।

View image on Twitter

ANI

@ANI

Mayawati: BSP will contest on 38 seats, SP on 38 seats. Two Lok Sabha seats we have left for other parties and Amethi and Rae Bareli have been left for Co

ଆଜି ଲକ୍ଷ୍ନୌଠାରେ ଆୟୋଜିତ ଏକ ଯୁଗ୍ମ ସାମ୍ବାଦିକ ସମ୍ମିଳନୀରେ ମାୟାବତୀ ଓ ଅଖିଳେଶ ଯାଦବ କହିଛନ୍ତି ଯେ ଆଗାମୀ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶରେ ଏସପି-ବିଏସପି ମହାମେଣ୍ଟର ସାମିଲ ହେବେ ନାହିଁ। ଉତ୍ତରପ୍ରଦେଶର ୮୦ଟି ଲୋକସଭା ଆସନ ମଧ୍ୟରୁ ଏସ ପି ୩୮ଟି ଓ ବିଏସପି ୩୮ଟି ଆସନରେ ଲଢ଼ିବେ। ସେହିପରି ୨ଟି ଆସନ ଅନ୍ୟ ସହଯୋଗୀମାନଙ୍କ ପାଇଁ ବର୍ତ୍ତମାନ ଉନ୍ମୁକ୍ତ ରଖାଯାଇଛି। ସେହିପରି ଆମେଥି ଓ ରାଏବରେଲିରେ ଏସପି- ବିଏସପି ମେଣ୍ଟ ପ୍ରାର୍ଥୀ ଦେବ ନାହିଁ। ଏହି ଦୁଇଟି ଆସନରେ ଦଳ କଂଗ୍ରେସ ସହିତ ମେଣ୍ଟ ହୋଇ ନ ଥିଲେ ମଧ୍ୟ , କଂଗ୍ରେସ ଦଳକୁ ସମର୍ଥନ କରିବ ବୋଲିି ଆଜି ଉଭୟ ନେତା ଘୋଷଣା କରିଛନ୍ତି।

By amfnews

Related Post